Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଧାରକାର୍ଡ଼କୁ ନେଇ ବଡ ଅପଡେର୍ଟ! ଏଣିକି ଜନ୍ମ ତାରିଖ ପାଇଁ ପ୍ରମାଣ ଭାବେ ଗ୍ରହଣ ହେବନି

ନୂଆଦିଲ୍ଲୀ, ୨୮ | ୪ : ଆଧାରକାର୍ଡକୁ ନେଇ ଆସିଛି ବଡ ଅପଡେର୍ଟ । ଆଧାର କାର୍ଡକୁ ଆଉ ଜନ୍ମ ତାରିଖ ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି | ଏଣିକି ଆଧାର କାର୍ଡ ଆଉ ବୟସ ପ୍ରମାଣ ଭାବରେ ବ୍ୟବହାର କରାଯିବ ନାହିଁ | ତେବେ ଆଧାର କାର୍ଡ ବଦଳରେ ଏବେ କେଉଁ ଡକ୍ୟୁମେଣ୍ଟ ବୟସ କିମ୍ବା ଜନ୍ମ ତାରିଖ ପ୍ରମାଣ ପାଇଁ ଆବଶ୍ୟକ ତାହା ବିଷୟରେ ଜାଣନ୍ତୁ…

ଏଣିକି ଆଉ ଜନ୍ମ ତାରିଖର ପ୍ରମାଣ ଭାବରେ ବ୍ୟବହାର ହେବନି ଆଧାରକାର୍ଡ଼ | କେବଳ ବ୍ୟକ୍ତିଙ୍କ ପରିଚୟ କିମ୍ବା ବାସସ୍ଥାନର ପ୍ରମାଣ ଭାବେ ଏହା ବ୍ୟବହାର ହେବ | ଏହା ବୟସ କିମ୍ବା ଜନ୍ମ ତାରିଖ ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟ ଭାବେ ବ୍ୟବହାର ହେବ ନାହିଁ | ତେଣୁ, ଜନସାଧାରଣ ମାନଙ୍କୁ ଏ ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଆଧାର କାର୍ଡରେ ଲେଖା ହୋଇଥିବା ଜନ୍ମ ତାରିଖ ଭୁଲ ହୋଇ ଥାଇ ପାରେ | ତେଣୁ ଏହାକୁ ଉପଯୁକ୍ତ ପ୍ରମାଣ ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ |

ଦେଶର ବିଭିନ୍ନ କୋର୍ଟ ଏବଂ ବିଭିନ୍ନ ସରକାରୀ ବିଭାଗ ଅନୁସାରେ,ଆଧାର କାର୍ଡକୁ ବୟସ କିମ୍ବା ଜନ୍ମ ତାରିଖର ନିଶ୍ଚିତ ପ୍ରମାଣ ଭାବରେ ବିବେଚନା କରାଯାଇପାରିବ ନାହିଁ। ଏହା ବଦଳରେ, ଏକ ସ୍କୁଲ ପ୍ରମାଣପତ୍ର କିମ୍ବା ଜନ୍ମ ପ୍ରମାଣପତ୍ରକୁ ବୈଧ ପ୍ରମାଣ ଭାବରେ ଗ୍ରହଣ କରିବା ଉଚିତ । ଆଜି ପର୍ଯ୍ୟନ୍ତ, ଏହି ଦୁଇଟି ଡକ୍ୟୁମେଣ୍ଟର ବ୍ୟବହାରକୁ ନେଇ ଭୁଲର କୌଣସି ଉଦାହରଣ ରିପୋର୍ଟ କରାଯାଇ ନାହିଁ।

ତେବେ ଜନ୍ମ ତାରିଖ ପ୍ରମାଣପତ୍ର ଭାବରେ ଆପଣ ଜନ୍ମ ପ୍ରମାଣପତ୍ର, ଦଶମ ଶ୍ରେଣୀ ମାର୍କସିଟ୍ , ପାସପୋର୍ଟ, କିମ୍ବା ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଜନ୍ମ ତାରିଖ ପ୍ରମାଣପତ୍ରକୁ ଉପଯୁକ୍ତ ପ୍ରମାଣ ପତ୍ର ଭାବେ ଦାଖଲ କରିପାରିବେ। ଏହି ଡକ୍ୟୁମେଣ୍ଟଗୁଡ଼ିକୁ ୟୁଆଇଡିଏଆଇ ଆଧାର କାର୍ଡ ପାଇଁ ଜନ୍ମ ତାରିଖର ବୈଧ ପ୍ରମାଣ ଭାବରେ ମଧ୍ୟ ସ୍ୱୀକୃତି ଦିଏ।

ସୂଚନାଯୋଗ୍ୟ, ଆଧାର କାର୍ଡ ଭାରତୀୟ ନାଗରିକଙ୍କର ପରିଚୟର ପ୍ରମାଣ ଭାବରେ କାର୍ଯ୍ୟ କରେ। ସାରା ଦେଶରେ ପ୍ରାୟତଃ ବ୍ୟାଙ୍କ ସମ୍ପର୍କିତ କାର୍ଯ୍ୟକଳାପ କିମ୍ବା ସରକାରୀ ଯୋଜନା ଏବଂ ଅନ୍ୟାନ୍ୟ ପାଇଁ ଆଧାର କାର୍ଡକୁ ବ୍ୟବହାର କରାଯାଏ। ତେବେ ଉପଯୁକ୍ତ ପ୍ରମାଣ ପତ୍ରକୁ ନେଇ ଆପଣ ସତର୍କ ହୋଇ ଯାଆନ୍ତୁ | ଏହାସହିତ ବଦଳୁଥିବା ନିୟମକୁ ନେଇ ଅପଡେର୍ଟ ରୁହନ୍ତୁ | କାରଣ ସାମାନ୍ୟ ଅସାବଧାନତା ଆପଣଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ