ଧର୍ମ ନାଁ ରେ ବେଆଇନ କାରବାର! ଲଗେଜ୍ରେ ନେଉଥିଲେ ୧୧୦ କିଲୋର ଗଞ୍ଜେଇ; ଏୟାରପୋର୍ଟରେ ଧରା ପଡିଲେ…
ନୂଆଦିଲ୍ଲୀ, ୨୮ | ୪ : ଧାର୍ମିକ ବେଶ ଧାରଣା କରି ବେଆଇନ କାରବାର କରୁଥିଲେ | ବ୍ୟାଙ୍କକରୁ ବିମାନ ଯାତ୍ରା ବେଳେ ଧରା ପଡିଲେ | ଛଦ୍ମ ବେଶଧାରୀ ସାଧୁଙ୍କ ଲଗେଜରୁ ଜବତ ହୋଇଛି ୧୧୦ କିଲୋର ଗଞ୍ଜେଇ । କଲମ୍ବୋରୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଛନ୍ତି ୨୨ ବୌଦ୍ଧ ଭିକ୍ଷୁକ । ଶ୍ରୀଲଙ୍କା କଷ୍ଟମସ୍ ମୁଖପାତ୍ରଙ୍କ ଅନୁସାରେ, କିଛି ସନ୍ୟାସୀ ରାଜଧାନୀରେ ଚାରି ଦିନିଆ ଛୁଟି କାଟି ଫେରି ଆସିଥିଲେ । ଆଉ ବିମାନବନ୍ଦରରେ ଏକ ଯାଞ୍ଚ ସମୟରେ, ଅଧିକାରୀମାନେ ସେମାନଙ୍କୁ ବ୍ୟାଗ୍ରୁ ପାଇଥିଲେ ନିଶାଦ୍ରବ୍ୟ ।
ତେବେ ଯାଞ୍ଚ ସମୟରେ ଲଗେଜରେ ୧୧୦ କିଲୋଗ୍ରାମ (୨୪୨ ପାଉଣ୍ଡ) ଗଞ୍ଜେଇ ଲୁଚାଇ ରଖିଥିବା ଜାଣିବାକୁ ପାଇଥିଲେ ଯାଞ୍ଚ ଅଧିକାରୀ | ଆଉ ଏହାପରେ ୨୨ ଜଣ ସନ୍ୟାସୀଙ୍କୁ ଗିରଫ କରାଯାଇଛି। କଷ୍ଟମ୍ସ ଅଧିକାରୀମାନେଙ୍କ କହିବାନୁଯାୟୀ , ପ୍ରତ୍ୟେକ ସନ୍ୟାସୀଙ୍କଠାରୁ ପ୍ରାୟ ୫ କିଲୋଗ୍ରାମ ମାରିଜୁଆନା ମିଳିଥିଲା । ସନ୍ୟାସୀମାନେ ଯେଉଁମାନେ ମୁଖ୍ୟତଃ ଛାତ୍ର ଥିଲେ, ଜଣେ ଅଜ୍ଞାତ ପ୍ରୟୋଜକଙ୍କ ସମସ୍ତ ଖର୍ଚ୍ଚରେ ଚାରି ଦିନିଆ ଛୁଟି କାଟି ଥାଇଲ୍ୟାଣ୍ଡରୁ ଫେରୁଥିଲେ ।
ଅନ୍ୟପଟେ, ପୋଲିସ ଅନୁସାରେ, ଯେଉଁ ସନ୍ୟାସୀ ମାନେ ସେମାନଙ୍କ ସହ ନଥିଲେ, ସେମାନେ ଅନ୍ୟ ସନ୍ୟାସୀଙ୍କୁ କହିଥିଲେ ଯେ “ଏହି ପାର୍ସଲ ଦାନରେ ମିଳିଛି । ଏବଂ ପ୍ୟାକେଜଗୁଡ଼ିକର ସଂଗ୍ରହ ପାଇଁ ଏକ ଭ୍ୟାନ୍ ଆସିବ ବୋଲି ମଧ୍ୟ ତାଙ୍କୁ କହିଥିଲେ | ସେପଟେ ଶ୍ରୀଲଙ୍କାର ପୋଲିସ ନାର୍କୋଟିକ୍ସ ବ୍ୟୁରୋ ଶ୍ରୀଲଙ୍କାର ମନ୍ଦିରରୁ ଆସିଥିବା କିଛି ସନ୍ୟାସୀଙ୍କ ମୋବାଇଲ ଫୋନରେ ଫଟୋ ଓ ଭିଡିଓ ଜବତ କରିଛି । ଯେଉଁଥିରେ ସେମାନେ ସାଧାରଣ ପୋଷାକ ପିନ୍ଧି ବିରତିର ମଜା ନେଉଥିବା ଦେଖାଯାଉଛି। କୋର୍ଟରେ ହାଜର କରିବା ପରେ ୨୨ ଜଣ ସନ୍ୟାସୀଙ୍କୁ ଅଧିକ ପଚରାଉଚରା ପାଇଁ ସାତ ଦିନ ପାଇଁ ହେପାଜତକୁ ପଠାଇ ଦିଆଯାଇଥିବା ସୂଚନାରୁ ଜଣାପଡିଛି ।

