Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମା ଟଙ୍କା ପାଇଁ ଭଉଣୀର କଙ୍କାଳ ବୋହି ଆଣିବା ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ‘ଆରଡିସି’

କେନ୍ଦୁଝର,୩୦।୪: ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପ୍ରମାଣ ପାଇଁ ଭଉଣୀ କଙ୍କାଳ ଭାଇ ବୋହି ବ୍ୟାଙ୍କକୁ ଆଣିବା ଘଟଣାରେ ଆଜି ଆରଡିସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଆରଡିସି ତଦନ୍ତ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର ପଟଣା ଡିଆନାଳୀ ଗାଁରେ ପହଞ୍ଚି ଜିତୁ ମୁଣ୍ଡାଙ୍କ ଠାରୁ ସବୁ କଥା ଗୋଟି କରି ପଚାରି ବୁଝିଛନ୍ତି। ଆରଡିସିଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ଜିତୁ ମୁଣ୍ଡାଙ୍କ ସହ ଆଲୋଚନା କରିଥିଲେ ।

ତେବେ RDC ପକ୍ଷରୁ ହୋଇଥିବା ଏହି ତଦନ୍ତରେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଦାୟୀ କରଯାଇଛି। ବ୍ୟାଙ୍କରେ ଲାଗିଥିବା Cc TV ଫୁଟେଜରୁ ପ୍ରମାଣ ପୂରା ସ୍ପଷ୍ଟ ଜଣା ପଡ଼ିଛି। ଘଟଣାରେ ଆରଡିସି କହିଛିଯେ, ଜିଲ୍ଲାପାଳ ଏବଂ ଆମେ ଘଣ୍ଟାଏ ଧରି ସିସି ଟି ଭି ଯାଞ୍ଚ କରିଛୁ। ଫୁଟେଜରୁ ବ୍ୟାଙ୍କ କର୍ମଚାରୀ ଜିତୁ ମୁଣ୍ଡାଙ୍କୁ ଫେରାଇ ଦେଉଥିବାର ସ୍ପଷ୍ଟ ଜଣାପଡୁଛି। ସେ ୧୧.୨୬ରେ ବ୍ୟାଙ୍କ କୁ ଆସିଥିଲେ ଏବଂ ୧୧.୫୬ ଭିତରେ ସେ ବାହାରକୁ ଯାଇଛନ୍ତି । ଏହାମଧ୍ୟରେ ବ୍ୟାଙ୍କ୍ କର୍ତ୍ତୁପକ୍ଷଙ୍କୁ ସେ ଏକାଧିକ ଥର ଭେଟିଛନ୍ତି କିନ୍ତୁ ବ୍ୟାଙ୍କ୍ ଅଧିକାରୀ ତାଙ୍କୁ ଫେରାଇ ଦେଉଥିବାର ଚିତ୍ର ସାମ୍ନାକୁ ଆସିଛି। ତେବେ ଏଭଳି କରୁଣା ଚିତ୍ର ଗରିବ ଅସହାୟ ବ୍ୟକ୍ତି ମାନଙ୍କ ପାଇଁ ହେଉଥିବା ଅବହେଳାକୁ ପ୍ରଦର୍ଶିତ କରୁଛି। ଏପରିକି ଶବ ଘଟଣା ଜାଣିଲା ପରେ ମଧ୍ୟ ଜିତୁ ମୁଣ୍ଡାଙ୍କୁ ଶବ ବୋହି ନେବାରେ ମଧ୍ୟ ବ୍ୟାଙ୍କ୍ ପକ୍ଷରୁ କୌଣସି ସାହାଯ୍ୟ କ ରା ଗଲାନାହିଁ ବୋଲି ଆରଡିସି କହିଛି। ଆରଡିସି ଆହୁରି କହିଛି ଯେ ଏହି ଘଟଣାରେ ବ୍ୟଙ୍କର ଯେଉଁ କର୍ମଚାରୀ କିମ୍ୱା ଅନ୍ୟ କେହି ସାମିଲ ଅଛନ୍ତି ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ