Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗର୍ଭପାତ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି!

ନୂଆଦିଲ୍ଲୀ,୩୦।୪: ଗର୍ଭପାତ ମାମଲାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ୧୫ ବର୍ଷୀୟା ଦୁଷ୍କର୍ମ ପୀଡିତାଙ୍କୁ ୩୦ ସପ୍ତାହ ପରେ ଗର୍ଭପାତ ଅନୁମତି ଦେବା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏମ୍ସର କ୍ୟୁରେଟିଭ୍ ପିଟିସନ୍ ଉପରେ ଆପତ୍ତି ପ୍ରକାଶ କରିଥିଲେ। ଏହି ଆଇନରେ ସଂଶୋଧନ କରିବାକୁ କୋର୍ଟ କହିଛନ୍ତି । ଏହା ବଦଳରେ   ୨୦ ସପ୍ତାହ ପରେ ମଧ୍ୟ ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେବା ପାଇଁ ଆଇନରେ ସଂଶୋଧନ ଉପରେ ବିଚାର କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ତେବେ କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ଦୁଷ୍କର୍ମରୁ ଗର୍ଭଧାରଣ ହୁଏ, ତେବେ ସେଥିପାଇଁ କୌଣସି ପ୍ରକାରର ସୀମା ରହିବା ଉଚିତ୍ ନୁହେଁ ।  ସମୟ ହିସାବରେ ଆଇନ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ ଅଛି।  ସୂଚନା ଅନୁସାରେ, ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ  ଗଠିତ ହୋଇଥିବ ଏହି ଖଣ୍ଡପୀଠ କହିଛନ୍ତି ଯେ,  ଶିଶୁଙ୍କୁ ଦୁଷ୍କର୍ମ ମାମଲା ଏବଂ ଯଦି ଗର୍ଭପାତକୁ ଅନୁମତି ଦିଆ ନ ଯାଏ, ତେବେ ପୀଡିତା ଜୀବନ ସାରା ମାନସିକ ଅଶାନ୍ତିର ପୀଡ଼ା ଭୋଗିବେ।

କୋର୍ଟ ଏହି ବିଷୟ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ।   , ଯଦି ମାଆକୁ ଶାରୀରିକ ଭାବରେ କ୍ଷତିଗ୍ରସ୍ତ ନହୁଏ, ତେବେ ଗର୍ଭପାତ କରାଯିବା ଉଚିତ। ଏହାସହ ପୀଡିତାଙ୍କ ପିତାମାତାଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବାକୁ ମଧ୍ୟ ଏମ୍ସକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ କୋର୍ଟ ନିଷ୍ପତ୍ତି ନେବାକୁ ପୀଡିତା ଏବଂ ତାଙ୍କ ପରିବାର ଉପରେ ନ୍ୟସ୍ତ କରିଥିଲେ। ଅନ୍ୟପଟେ, ଏମ୍ସ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟ ଭଟି କହିଛନ୍ତିଯେ, ଏପରି ଅବସ୍ଥାରେ ଗର୍ଭପାତ କରିବା ସମ୍ଭବ ନୁହେଁ, ୩୦ ସପ୍ତାହର ଭୃଣ ଏକ ଜୀବିତ ଶିଶୁ ରୂପରେ ବିକଶିତ ହୋଇଯାଇଥାଏ। ଗର୍ଭପାତ କରିବା ଦ୍ୱାରା ନାବାଳିକା ଭବିଷ୍ୟତରେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ଆଉ ଭବିଷ୍ୟତରେ କେବେ ଗର୍ଭଧାରଣ କରିପାରିବେ ନାହିଁ । ସେ ପରାମର୍ଶ ଦେଇଥିଲେ ଯେ, ଜନ୍ମ ପରେ ଶିଶୁଟିକୁ ପୋଷ୍ୟଭାବେ ଗ୍ରହଣ ପାଇଁ ଛାଡି ଦିଆଯାଇପାରିବ। ସୁପ୍ରିମକୋର୍ଟ ପୁଣିଥରେ  କହିଛନ୍ତି ଯେ, ଗର୍ଭପାତ ନିଷ୍ପତ୍ତି ପୀଡିତା ଏବଂ ତାଙ୍କ ପିତାମାତାଙ୍କ ଇଚ୍ଛା ଉପରେ ନିର୍ଭର କରିବ ଓ ଏମ୍ସର ଭୂମିକା ସେମାନଙ୍କୁ କେବଳ ଭଲ  ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ଉଚିତ। ୨୪ ଏପ୍ରିଲରେ ବିଚାରପତି ବିଭି ନାଗରତ୍ନା ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଝିଅଟିକୁ ୩୦ ସପ୍ତାହର ଗର୍ଭଧାରଣକୁ ଡାକ୍ତରୀ ଭାବରେ ସମାପ୍ତ କରିବାକୁ ଅନୁମତି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ