Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ବଢିଲା LPG ସିଲଣ୍ଡର ଦର; ୧୯ କେଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୩୦୦୦ ଟପିଲା

ନୂଆଦିଲ୍ଲୀ,୧।୫: ବଢ଼ିଲା LPG ଦର | କମର୍ସିଆଲ ଏଲପିଜି ସିଲିଣ୍ଡର ଦର ପିଛା ୯୯୩ ଟଙ୍କା ବୃଦ୍ଧି ପାଇଛି । ୧୯ କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରର ଦର ୯୯୩ ଟଙ୍କା ବୃଦ୍ଧି ପାଇ ୩୦୦୦ରୁ ଅଧିକା ଟପିଛି । ଦିଲ୍ଲୀରେ ୧୯ କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୩ ହଜାର ୭୧ ଟଙ୍କା ୫୦ ପଇସା ହୋଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ତୈଳ କମ୍ପାନୀମାନଙ୍କୁ ମେ୧ରୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମରେ ୯୯୩ ଟଙ୍କା ବୃଦ୍ଧି କରିବାକୁ କୁହାଯାଇଛି । ଏହି ଦରବୃଦ୍ଧି ସହ ଦିଲ୍ଲୀ, ମୁମ୍ବାଇ ସମେତ ଅନେକ ସହରରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୩ ହଜାର ପାର କରିଛି | କିନ୍ତୁ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦରରେ କୌଣସି ମୂଲ୍ୟ ବୃଦ୍ଧି କରାଯାଇ ନାହିଁ |

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ସରିବା ପରେ ଜନତାଙ୍କୁ ଦେଇଛି ଏକ ବଡ ଝଟକା। ଇସ୍ରାଏଲ -ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ସରକାରୀ କମ୍ପାନୀଗୁଡ଼ିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ତେବେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଏବେ ବି ଅପରିବର୍ତ୍ତିତ ରହିଛି।

ସୂଚନା ଅନୁସାରେ, କୋଲକାତାରେ ଏକ ସିଲିଣ୍ଡରର ଦାମ ୨୨୦୮ ପରିବର୍ତ୍ତେ ୩୨୦୨ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ମଧ୍ୟ ୧୯ କେଜି ସିଲିଣ୍ଡରର ମୂଲ୍ୟ ୩୦୨୪ ହୋଇଛି। ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏହା ପୂର୍ବରୁ ବିଭିନ୍ନ କମ୍ପାନୀ ୧ ଏପ୍ରିଲରେ ସିଲିଣ୍ଡର ପିଛା ୧୯୫ ଟଙ୍କା ବୃଦ୍ଧି କରିଥିଲେ । ଯାହାର ଦାମ ୨୦୭୮ ଟଙ୍କା ୫୦ ପଇସା ରହିଥିଲା | ଅନ୍ୟପଟେ ୫ କେଜି ଗ୍ୟାସ୍ ରେଟ୍ ବି ୨୬୧ ଟଙ୍କା ବୃଦ୍ଧି ପାଇଛି। ୫ କେଜି ସିଲିଣ୍ଡର ୫୪୯ ଟଙ୍କାରୁ ବୃଦ୍ଧି ପାଇ ୮୧୦ ଟଙ୍କା ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ