Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇପିଏଫଓ ଖାତାଧାରୀମାନଙ୍କ ପାଇଁ ଖୁସି ଖବର! ବଢ଼ିପାରେ ଇପିଏଫଓ ପେନସନ୍-ଏଟିଏମରେ ଇପିଏଫ୍ ଟଙ୍କା ଉଠାଣ ପାଇଁ ଲାଗୁ ହେବ ବ୍ୟବସ୍ଥା

ନୂଆଦିଲ୍ଲୀ, ୧|୫: ଇପିଏଫକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର | ବୃଦ୍ଧି ପାଇପାରେ ଇପିଏଫଓ ପେନସନ୍ । ଏନେଇ କେନ୍ଦ୍ର ସରକାର ଅର୍ଥ ମନ୍ତ୍ରଣାଳୟଙ୍କୁ ପ୍ରସ୍ତାବ ଦେଇଛନ୍ତି | ପେନସନକୁ ୭.୫ଗୁଣ ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଛି | ଏବେ ଇପିଏଫ ପେନସନ ରାଶି ହଜାରେ ଟଙ୍କା ଥିବା ବେଳେ ଏହା ବଢ଼ି ୭ହଜାର ୫ଶହ ଟଙ୍କାକୁ ବୃଦ୍ଧି ପାଇପାରେ |ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଲେ ପେନସନ ଟଙ୍କା ବଢ଼ିବ । ଏହାସହ ଇପିଏଫଓ ଖାତାଧାରୀମାନଙ୍କ ପାଇଁ ୮.୨୫% ସୁଧ ଦେବାକୁ ପ୍ରସ୍ତାବ ଦିଆଯାଇଛି । ୨୦୨୫-୨୬ ପାଇଁ ପ୍ରସ୍ତାବିତ ୮.୨୫% ସୁଧ ହାର ମଧ୍ୟ ଖୁବଶୀଘ୍ର ସଦସ୍ୟଙ୍କ ଆକାଉଣ୍ଟରେ ଜମା ହେବାର ସମ୍ଭାବନା ଅଛି । ତେବେ ଅର୍ଥମନ୍ତ୍ରଣାଳୟର ଅନୁମୋଦନ ମିଳିବା ପରେ ଏହା କାର୍ଯ୍ୟକାରୀ ହେବ। ମୁଦ୍ରାସ୍ଫୀତି ଏବଂ ବର୍ଦ୍ଧିତ ଜୀବନଧାରଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର ଏଭଳି ଚିନ୍ତା କରୁଛନ୍ତି ।

ଏହାସହିତ ଏଟିଏମରେ ଇପିଏଫ୍ ଟଙ୍କା ଉଠାଣ ପାଇଁ ଆରମ୍ଭ ହେବ ବ୍ୟବସ୍ଥା | ଏଥିରେ ପେନସନ ଧାରୀଙ୍କୁ ଟଙ୍କା ଉଠାଇବା ଆହୁରି ସହଜ ହୋଇଯିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ