ପ୍ରଥମ ଥର ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍! ଆସନ୍ତାକାଲି ଅପରାହ୍ଣ ୪ଟାରେ ମ୍ୟାଟ୍ରିକ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୧ | ୫ : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ | ଅପରାହ୍ଣ ୪ଟାରେ ୱେବସାଇଟରେ ମାଟ୍ରିକ ଫଳ ପ୍ରକାଶିତ ହେବ | ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି | ସନ୍ଧ୍ୟା ୬ଟାରେ ପରୀକ୍ଷାର୍ଥୀ ଅନଲାଇନ୍ ମାଧ୍ୟମରେ ନିଜର ରେଜଲ୍ଟ ଦେଖିପାରିବେ |
ଅଫିସିଆଲ ୱେବସାଇଟ https://www.bseodisha.ac.in, https://www.bseodisha.nic.in ମାଧ୍ୟମରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଯଦି ଅନଲାଇନରେ କୌଣସି ତ୍ରୁଟି ଦେଖାଦିଏ ତେବେ SMS ମାଧ୍ୟମରେ OR 10(roll no) ଟାଇପ କରି 5676750 ମାଧ୍ୟମରେ ପରୀକ୍ଷାଫଳ ବିଷୟରେ ଜାଣିପାରିବେ। ତେବେ ଏଥର ମାଟ୍ରିକ୍ ପରୀକ୍ଷାରେ ଏକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ | ପ୍ରଥମ ଥର ଭାବେ ଓଡ଼ିଆ ଭାଷାରେ ଦଶମ ବୋର୍ଡ଼ ପରୀକ୍ଷାର୍ଥୀଙ୍କୁ ସାର୍ଟିଫିକେଟ୍ ମିଳିବ | ଇଂରାଜୀ ଭାଷାରେ ମଧ୍ୟ ମିଳିବ ସାର୍ଟିଫିକେଟ୍ |

