ମହାନଦୀ – ଛତିଶଗଡ଼ ଜଳ ବିବାଦ ମାମଲା ; ଜଷ୍ଟିସ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ହେବ ଶୁଣାଣି
ଭୁବନେଶ୍ୱର, ୨ | ୫ : ଆଜି ହେବ ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି । ମହାନଦୀ ଜଳକୁ ନେଇ ଦୀର୍ଘ ଦିନରୁ ଓଡ଼ିଶା – ଛତିଶଗଡ ମଧ୍ୟରେ ବିବାଦ ରହି ଆସିଛି । ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଆଜି ଦିନ ୧୧ ଟାରେ ଜଷ୍ଟିସ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ହେବ ।
ଅନ୍ୟପଟେ, ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ ପ୍ରତିକ୍ରିୟା ଦେଇଛନ୍ତିଯେ, ଗତ ୫ ବର୍ଷ ମଧ୍ୟରେ ମାତ୍ର ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ଏବେ ମାମଲା ବିଚାର ଆଡ଼କୁ ଗତି କରୁଛି | ପ୍ରତି ମାସରେ ଦୁଇରୁ ତିନୋଟି ଶୁଣାଣି ହେଉଛି । ଏଥିପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି । ଛତିଶଗଡ଼ରେ କମିଟି ଗଠନ ହେଲା ପରେ ସ୍ଥାୟୀ ସମାଧାନ ପାଇଁ ଆଗକୁ ବଢ଼ିବୁ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି |

