କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ; କହିଲେ ତୁରନ୍ତ ଜିତୁ ମୁଣ୍ଡାଙ୍କ ଘଟଣାରେ ହସ୍ତକ୍ଷେପ କରନ୍ତୁ…
ଭୁବନେଶ୍ୱର ,୨।୫ : ଜିତୁ ମୁଣ୍ଡାଙ୍କ ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଚିଠି ମାଧ୍ୟମରେ କେନ୍ଦୁଝର ଜିଲ୍ଲାର ଗ୍ରାମ୍ୟ ବ୍ୟାଙ୍କର ମଲ୍ଲୀପୋଷି ଶାଖାରେ ଜିତୁ ମୁଣ୍ଡାଙ୍କ ସହ ଗତ ଏପ୍ରିଲ ୨୭ ତାରିଖରେ ଘଟିଥିବା ଅଭାବନୀୟ ଘଟଣା ବିଷୟରେ ସମ୍ପର୍କରେ ଅର୍ଥମନ୍ତ୍ରୀଙ୍କୁ ଜଣାଇଛନ୍ତି | ନବୀନରେ ଚିଠିରେ ଲେଖିଛନ୍ତି ଯେ, ଅର୍ଥମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ।
ସେ ଆହୁରି ଲେଖିଛନ୍ତିଯେ, ବ୍ୟାଙ୍କ ଅଧିକାରୀଙ୍କର ଦାୟିତ୍ୱବୋଧତାକୁ ଲୁଚାଇବା ପାଇଁ ଚେଷ୍ଟା କରାଯାଉଛି। ଏହି ଅଭାବନୀୟ ଘଟଣା ପାଇଁ କିଏ ଦାୟୀ ତୁରନ୍ତ ସ୍ଥିର କରାଯାଉ ବୋଲି ମତ ରଖିଛନ୍ତି ନବୀନ | ଆପଣଙ୍କ ହସ୍ତକ୍ଷେପରେ ଦ୍ବାରା କୌଣସି ସ୍ଥାନରେ ଏଭଳି ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ଏହାସହିତ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସହଜ କରିବ ବୋଲି ଚିଠିରେ ଅର୍ଥମନ୍ତ୍ରୀଙ୍କୁ ଆଲୋକପାତ କରିଛନ୍ତି |
ସୂଚନାଯୋଗ୍ୟ ,କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ନିଜ ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଜମା ହୋଇଥିଵା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ ସେଠାରେ ବ୍ୟାଙ୍କ୍ ଅଧିକାରୀ ଜଣକ ତାଙ୍କୁ ପ୍ରମାଣ ମାଗିଥିଲେ। ଉପଯୁକ୍ତ ପ୍ରମାଣ ନ ଥିବାରୁ ବ୍ୟାଙ୍କରୁ ବାରମ୍ବାର ନିରାଶ ହୋଇ ଫେରୁଥିଲେ ଜିତୁ ମୁଣ୍ଡା | ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଉପରେ ଚାପ ପକାଇଥିଲେଯେ, ପ୍ରମାଣ ଆଣ ପଇସା ଦେବି। ଶେଷରେ ଅସହାୟ ଜିତୁ ମୁଣ୍ଡା ଅନ୍ୟ କିଛି ଉପାୟ ନ ପାଇ କବର୍ ଭିତରୁ ଭଉଣୀର ମୃତଦେହ କାଢ଼ି ବସ୍ତାରେ ଭର୍ତ୍ତି କରି ବ୍ୟଙ୍କକୁ ନେଇ ଯାଇଥିଲେ। ବ୍ୟାଙ୍କ ସମ୍ମୁଖରେ କଙ୍କାଳକୁ ରଖି ଭଉଣୀକୁ ଦେଖ ପଇସା ଦିଅ ବୋଲି କହିଥିଲେ ।

