ମହିଳାଙ୍କୁ ମାନସୀକ ଏବଂଯୌନ ନିର୍ଯାତନା ଦେଇଥିବା ଅଭିଯୋଗ; ଖଣ୍ଡପଡା ଏସଡ଼ିପିଓ ନିଲମ୍ବିତ
ନୟାଗଡ, ୨ | ୫: ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସବ୍ଡିଭିଜନାଲ ପୋଲିସ ଅଫିସର (ଏସ୍ଡିପିଓ) ମଦନ ମୋହନ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି | ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଡିଜି ୱାଇ.ବି. ଖୁରାନିଆଙ୍କ ନିର୍ଦ୍ଦେଶରେ ନିଲମ୍ବନ କରାଯାଇଛି | ମହିଳାଙ୍କୁ ଥାନାକୁ ସାକ୍ଷୀ ପାଇଁ ଡାକି ଅଶାଳୀନ ମନ୍ତବ୍ୟ, ଏବଂ ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ , ଖଣ୍ଡପଡ଼ା ଏସ୍ଡିପିଓଙ୍କ ନାଁରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଏବଂ ଧମକ ଦେଉଥିବା ନେଇ ଏକ ଅଭିଯୋଗ ଆସିଥିଲା। ମହିଳା ଜଣକ ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍ ଆସି ଅଭିଯୋଗ କରିଥିଲେ। ଏସ୍ଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍ ମଧ୍ୟ ଭାଇରଲ ହୋଇଥିଲା । ଅଭିଯୋଗ ପାଇବା ପରେ ଡିଜିପି ଓ୍ବାଇ. ବି. ଖୁରାନିଆ ଅଭିଯୋଗକୁ ଗ୍ରହଣ କରିବା ସହ ଘଟଣାର ସ୍ପଷ୍ଟ ଆଉ ନିରପେକ୍ଷ ତଦନ୍ତ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ପିଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଏସ୍ପି ସୁବାସ ଚନ୍ଦ୍ର ପଣ୍ଡା ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏନେଇ ଫତେଗଡ଼ ଥାନାରେ ୧୨୦/୨୬ରେ ଗତ ୨୦ରେ ଏକ ମାମଲା ରୁଜୁ ହୋଇଥିଲା |

