ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ପାସ ହାର ୯୫.୩୩ %
ଭୁବନେଶ୍ୱର , ୨ |୫: ପ୍ରକାଶ ପାଇଛି ୨୦୨୬ ବର୍ଷର ମାଟ୍ରିକ ରେଜଲ୍ଟ | କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚିତ କରିବା ସହିତ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ | ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପାସ ହାର ୯୫.୩୩ % ପ୍ରତିଶତ ରହିଛି |ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ଏଥର ମୋଟ୍ ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ଏଥର ମୋଟ୍ ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିମଧ୍ୟରୁ A1-ରେ ୨୪୫୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ A2-ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। B1-ରେ ୪୩,୫୬୫ ପରୀକ୍ଷାର୍ଥୀ, B2-ରେ ୮୬,୧୦୩ ପରୀକ୍ଷାର୍ଥ, C-ରେ ୧,୨୯,୮୦୩ ପରୀକ୍ଷାର୍ଥୀ, D-ରେ ୧,୪୬,୧୫୨ ପରୀକ୍ଷାର୍ଥୀ ଏବଂ E-ରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗଜପତି ଜିଲ୍ଲାରେ ସର୍ବଧିକ ପାସ ହାର ରହିଛି |
ତେବେ ଛାତ୍ର ଛାତ୍ରୀ ମାନେ ସନ୍ଧ୍ୟା ୬ ଟା ପରେ ବୋର୍ଡର ଅଫିସିଆଲ ୱେବସାଇଟ -www.bseodisha.ac.in,https://www.bseodisha.nic.in ଅଥବା OR10 ଲେଖି ପରେ 5676750କୁ ପଠାଇଲେ ପରୀକ୍ଷାଫଳ ମୋବାଇଲକୁ ଆସିଯିବ। କିନ୍ତୁ ଏଥରର ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ମାଟ୍ରିକ ପରୀକ୍ଷାର ସାର୍ଟିଫିକେଟ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ମିଳିବ | ସୋମବାର ଠାରୁ ଛାତ୍ର ଛାତ୍ରୀ ଏହାକୁ ଡାଉନଲୋଡ କରିପାରିବେ |

