ପ୍ରଭାତ ବିଶ୍ୱାଳଙ୍କୁ ଭେଟିଲେ ଦିଲ୍ଲୀପ ରାୟ! ବଢ଼ିଲା ଚର୍ଚ୍ଚା..
ଭୁବନେଶ୍ୱର, ୨ | ୫ : ଆଜି ସକାଳେ ନବ ନିର୍ବାଚିତ ଦିଲ୍ଲୀପ ରାୟ ପ୍ରଭାତ ବିଶ୍ବାଳଙ୍କ ମହାନଦୀ ବିହାର ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି । ବରିଷ୍ଠ ନେତା ପ୍ରଭାତ ବିଶ୍ଵାଳ ଓ ତାଙ୍କ ପୁଅ ତଥା ଚୌଦ୍ବାର ବିଧାୟକ ସୌଭିକ ବିଶ୍ଵାଳ ଦିଲ୍ଲୀପ ରାୟଙ୍କ ସ୍ୱାଗତ କରିଥିଲେ । ଏ ଭେଟ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି | ଏହି ଭେଟ ସମୟରେ ପ୍ରଭାତ ବିଶ୍ଵାଳଙ୍କ କିଛି ସମର୍ଥକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ |
ସୂଚନା ଅନୁସାରେ, ଆସନ୍ତାକାଲି ପ୍ରଭାତ ବିଶ୍ଵାଳ ନିଜ ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ସମାବେଶ ଆୟୋଜନ କରିବା ପାଇଁ ଯାଉଛନ୍ତି । ଏହାମଧ୍ୟରେ ଦିଲ୍ଲୀପ ରାୟ ବାସଭବନରେ ତାଙ୍କୁ ଭେଟିବା ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି | ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଓଡ଼ିଶା ଜନତା କଂଗ୍ରେସର ମୁଖିଆ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ୍ଙ୍କୁ ତାଙ୍କ ବାସଭବନରେ ଦିଲ୍ଲୀପ ରାୟ ଭେଟିଥିଲେ । ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ମଧ୍ୟ ଦିଲ୍ଲୀପ ରାୟ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟସଭା ନିର୍ବାଚନରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇବାକୁ ଭେଟିଥିବା ନେଇ ଦିଲ୍ଲୀପ ରାୟ ସୂଚନା ଦେଇଥିଲେ |

