Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ମାର୍ଟ ସ୍କୁଲ ରେ ସାମିଲ ହେଲା ଉଛୁଳା ଗ୍ରାମ ପଞ୍ଚାୟତ ବିଦ୍ୟାଳୟ।

କୋକସରା:୨୯/୦୫
5 ଟି ରୂପାନ୍ତରିତ କ୍ରମ ରେ ସାମିଲ ହେଲା ଉଛୁଳା ଗ୍ରାମ ପଞ୍ଚାୟତ ବିଦ୍ୟାଳୟ ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଉଛୁଳା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଚତୁର୍ଥ ପର୍ଯ୍ୟାୟରେ ୫ ଟି ରୂପାନ୍ତରିତ କ୍ରମ ରେ ସାମିଲ ହୋଇଛି। ସୋମବାର ସ୍କୁଲ ପରିସର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏ ନେଇ ସୂଚନା ଦେଇଛନ୍ତି ଜୟପାଟଣା ବିଡ଼ିଓ ସ୍ନିଗ୍ଧା ରାଣି ପ୍ରଧାନ। ଆୟୋଜିତ କାର୍ଯ୍ୟକ୍ରମ ରେ ସ୍କୁଲ ପରିଚାଳନା କମିଟିର ସଭାପତି ଚକ୍ରଧର ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ,ଜୟପାଟଣା ବିଡ଼ିଓ ସ୍ନିଗ୍ଧା ରାଣି ପ୍ରଧାନ, ଗୋଷ୍ଠି ସହ ଶିକ୍ଷା ଅଧିକାରୀ ଟିକେଚନ୍ଦ୍ର ମାଝୀ,ସରପଞ୍ଚ ଉଛୁଳା ଗ୍ରାମ ପଞ୍ଚାୟତ ଶୁବର୍ଣ୍ଣି ନାଏକ,ବାନେର ପଞ୍ଚାୟତ ସମିତି ସଭ୍ୟ ଅନନ୍ତ ପଟ୍ଟନାୟକ,ପ୍ରଧାନ ଶିକ୍ଷକ ଦୁର୍ଯୋଧନ ବାଣୁଆ, କନିଷ୍ଠ ଯନ୍ତ୍ରୀ ଜେନା ବାବୁ, ପ୍ରଧାନ ଶିକ୍ଷକ କେଶବ ମାଝୀ।ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହିଥିବା ବେଳେ ଉଛୁଳା ଗ୍ରାମ ପଞ୍ଚାୟତ ବିଦ୍ୟାଳୟ କୁ ରାଜ୍ୟ ସରକାର ୫ ଟି ଯୋଜନା ରେ ଅନ୍ତର୍ଭୁକ୍ତ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ସ୍ମାର୍ଟ ସ୍କୁଲ ରୂପାନ୍ତରିତ ହେଲେ ଅଞ୍ଚଳ ର ଛାତ୍ରଛାତ୍ରୀ ଉନ୍ନତମାନ ର ଶିକ୍ଷା ଗ୍ରହଣ କରିପାରିବେ ବୋଳି ମତ ଦେଇଥିଲେ। କାର୍ଯ୍ୟକ୍ରମ କୁ ଜୟପାଟଣା ଶିକ୍ଷକ ସଂଘ ର ବ୍ଲକ ସମ୍ପାଦକ ଲଳିତ କୁମାର ନାଏକ ପରିଚାଳନା କରିଥବା ବେଳେ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ସୁରେନ୍ଦ୍ର ମୋହନ ସାହୁ,ଦିବାକର ଠାକୁର, ରାମ ନାଏକ,ସ୍କୁଲ ପାଇଁ ଜମି ଦାନ କରିଥିବା ଭାଗିରଥି ନାଏକ, ଉଛୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ନାଏକ ସ୍କୁଲ ର ସକ୍ରିୟ ସଦସ୍ୟ ହେମନ୍ତ ନାଏକ, ତ୍ରିଲୋଚନ ନାଏକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ, ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ