Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍‌ ରଖି ଟ୍ରେନ୍‌ ସାମ୍ନାକୁ ପଳେଇଲେ କ୍ରୀଡ଼ା ଶିକ୍ଷକ! ଟ୍ରାକ୍‌ରୁ ମୃତଦେହକୁ ଉଦ୍ଧାର

ବଲାଙ୍ଗୀର, ୪ | ୫ : ବଲାଙ୍ଗୀର-ସୁଡ଼ପଡ଼ା ଗ୍ୟାସ ଗୋଦାମ ନିକଟରେ ଥିବା ରେଳ ଫାଟକ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ମଲମଣ୍ଡା ଗାଁ ସ୍କୁଲର ୫୮ ବର୍ଷୀୟ ବୟସ୍କ କ୍ରୀଡ଼ା ଶିକ୍ଷକ ଦେବୀପ୍ରସାଦ ରାଉତ | ଆଜି ସକାଳେ ଆସୁଥିବା ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ଟ୍ରେନ ସହ ତାଙ୍କର ଧକ୍କା ହେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ଘଟଣାସ୍ଥଳରେ ଥିବା ଲୋକଙ୍କ କହିବା ଅନୁଯାୟୀ , ସେ ଏକ କାର୍‌ରେ ଆସି କାରକୁ ଫାଟକ ପାଖେ ରଖି ଅଚାନକ ଭାବେ ଟ୍ରେନ ଟ୍ରାକ୍‌କୁ ଦୌଡ଼ି ଯାଇଥିଲେ। ଆଉ ଏହାପରେ ସାମ୍ନା ପଟରୁ ଆସୁଥିବା ଟ୍ରେନ ଧକ୍କାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

ସେ ଆତ୍ମହତ୍ୟା କରିଥିବା କୁହାଯାଉଛି | ସୂଚନା ଅନୁସାରେ , କିଛିଦିନ ପୂର୍ବରୁ ତାଙ୍କ ଝିଅର ବିବାହ ସମ୍ପନ୍ନ ହୋଇଥିଲା। ତେବେ ଝିଅ ବାହାଘର ସରିବା ପରେ ବାପା କ’ଣ ପାଇଁ ଏଭଳି ନିଷ୍ପତ୍ତି ନେଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ସୂଚନା ପାଇ ଦୁର୍ଘଟଣା ସ୍ଥଳରେ ବଲାଙ୍ଗୀର ଜିଆରପି ଥାନା ରେଳବାଇ ପୋଲିସ ପହଞ୍ଚି ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ, ରେଳଲାଇନ ଟ୍ରାକ୍‌ରୁ ମୃତଦେହକୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ପୋଲିସ ସୂଚନାରୁ ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ