ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟଣା: ୩
ଭୁବନେଶ୍ୱର ୬ |୫: ଲକ୍ଷ୍ମୀସାଗର ବସନ୍ତଭିଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟଣା | ଏହି ଭୟଙ୍କର ଅଗ୍ନିକାଣ୍ଡରେ ୩ଜଣଙ୍କର ମୃତ୍ୟୁ ହୋଇଛି | ଆପାର୍ଟମେଣ୍ଟର ପ୍ୟାନେଲ ବୋର୍ଡ ରେ ସର୍ଟ ସର୍କିଟ ହେବା ଯୋଗୁଁ ପାଖରେ ଥିବା ଗାର୍ଡ ରୁମ୍ ନିଆଁ ଲାଗି ଯାଇଛି। ଏଥିରେ ପୂର୍ବରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ଆଉ ଜଣଙ୍କର ମୃତ୍ୟୁ ହୋଇଛି | ସୂଚନା ଅନୁସାରେ, ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ତେବେ ମୃତକମାନେ ହେଉଛନ୍ତି ବିଶ୍ବନାଥ ବେହେରା, ସୁଲଭା ବେହେରା ଓ ତେଜେଶ୍ବରୀ ବେହେରା । ସର୍ଟ ସର୍କିଟ୍ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି | କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ ।

