Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି କୋକସରା ମଣ୍ଡଳ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ।

କଳାହାଣ୍ଡି,୦୬/୦୫
ଭାରତୀୟ ଜନତା ପାର୍ଟି ପକ୍ଷରୁ କୋକସରା ଠାରେ ମଣ୍ଡଳ ସ୍ତରୀୟ ସାଙ୍ଗଠାନିକ କର୍ମକର୍ତ୍ତା ଓ ଶକ୍ତିକେନ୍ଦ୍ର ପ୍ରମୁଖ ଙ୍କୁ ନେଇ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ସଭାପତିତ୍ୱ ରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ କୁମାର ପଣ୍ଡା,ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର ଙ୍କ ଉପସ୍ଥିତ ରହି ଦଳୀୟ ସାଙ୍ଗଠାନିକ କାର୍ଯ୍ୟପନ୍ଥା ଓ ସଙ୍ଗଠନ ନେଇ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ,ମଣ୍ଡଳ ଉପ ସଭାପତି ମୁକୁନ୍ଦ ପଟ୍ଟନାୟକ,ସୁଧୀର ପାତ୍ର,ସାଧାରଣ ସମ୍ପାଦକ ମନୋଜ କୁମାର ନାଏକ, ଶାରଳା ପ୍ରସାଦ ପ୍ରଧାନୀ,ଶକ୍ତିକେନ୍ଦ୍ର ପ୍ରମୂଖ ସୁବାସ ଦାସ ଲଡୁଗାଁ, ସୋମନାଥ ବାଗ ଗମ୍ଭାରୀଗୁଡା,ମୋତିଲାଲ ନାଏକ ଟେମରା, ଧର୍ମାନନ୍ଦ ନେଗି କୋକସରା, ପଲେଶ୍ବର ରଣା ମାଝୀଗୁଡା, ଅଶୋକ ଭୋଇ ରେଙ୍ଗାଲପାଲି ସମେତ ନବୀନ ପ୍ରଧାନୀ,ଦୈତାରି ବାରିକ, ଭାବଗ୍ରାହୀ ପ୍ରଧାନୀ,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କ୍ଷୀରସିନ୍ଧୁ ନେଗି, ନାରୀନେତ୍ରୀ ଜାହ୍ନବୀ ବାଗ ସମେତ ଅନ୍ୟ କର୍ମି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ