ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳିକରି ହତ୍ୟା! ପରାଜିତ ଟିଏମସିକୁ ଦାୟୀ କଲେ…
ପଶ୍ଚିମବଙ୍ଗ,୭।୫: ପଶ୍ଚିମବଙ୍ଗର ପ୍ରଗଣା ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ମଧ୍ୟମଗ୍ରାମ ଅଞ୍ଚଳରେ ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ସୃଷ୍ଟି କରିଛି।
ସୂଚନା ଅନୁସାରେ , କିଛି ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ହଠାତ ବନ୍ଧୁକରେ ଗୁଳି କରି ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ହୋଇପଡ଼ିଥିଲେ PA ଜଣଙ୍କ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ଏହି ଘଟଣା ରାଜନୈତିକ ରୂପ ନେଇଛି। ଘଟଣାକୁ କେନ୍ଦ୍ର କରି ବିଜେପି ଶାସକ ଟିଏମସିକୁ ଟାର୍ଗେଟ କରିଛି । ଏହା ଏକ “ରାଜନୈତିକ ହତ୍ୟାକାଣ୍ଡ” ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ବିରୋଧୀ ଦଳର କର୍ମକର୍ତ୍ତାଙ୍କୁ ଚିହ୍ନଟ କରି ସେମାନଙ୍କୁ ଟାର୍ଗେଟ କରାଯାଉଛି ।
ଅନ୍ୟପଟେ, ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡ ଘଟଣା ପଛରେ ପ୍ରକୃତ ହତ୍ୟାକାରୀ କିଏ? ସେ ନେଇ ତନାଘନା ଜାରି କରିଛି ପୋଲିସ। ଏହା ପଛର କାରଣ କଣ ବ୍ୟକ୍ତିଗତ ଶତ୍ରୁତା ନା ରହିଛି ରାଜନୈତିକ କାରଣ ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କୌଣସି ଅଭିଯୁକ୍ତ ଗିରଫ କରିନାହିଁ। ସେପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହିତ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ଏଭଳି ହିଂସା ଟିଏମସି ଉପରକୁ ଆଙ୍ଗୁଠି ଉଠାଇଛି ।

