Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଟ୍ ପରୀକ୍ଷାରେ ଭଲ ହୋଇନଥିବାରୁ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା !

ଭଦ୍ରକ, ୭ | ୫ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି | ଯେଉଁଠି ନିଟ୍ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ଜାଣି ଛାତ୍ର ଜଣକ ନିଜ ଜୀବନ ହାରିଛନ୍ତି । ମୃତ ଛାତ୍ର ଜଣକ ହେଲେ ଜ୍ୟୋତି ପ୍ରକାଶ ବାରିକ । ବାପା ଓ ମାଆ ଚା ଦୋକାନକୁ ଯାଇଥିବା ବେଳେ ଜ୍ୟୋତି ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରେ କେହି ନଥିବାର ସୁଯୋଗ ପାଇ ଭଦ୍ରକ ସ୍ଥିତି ଭଡା ଘରେ ଜ୍ୟୋତି ଫ୍ୟାନରେ ଝୁଲିପଡିଛନ୍ତି।

ସୂଚନା ଅନୁସାରେ , ନୁନ୍ଦର ଗାଁର ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଏକ ଭଡା ଘରେ ରହି ଚା ଦୋକାନ କରି ପରିବାର ଚଳାଉଥିଲେ | ଘରେ ସ୍ତ୍ରୀ ଓ ପୁଅ ମଧ୍ୟ ରହୁଥିଲେ । ତେବେ ପୁଅ ଜ୍ୟୋତି ପ୍ରକାଶ ବାରିକ ଚଳିତ ବର୍ଷ ନିଟ୍ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେବା ପରେ ନିଜେ ପ୍ରଶ୍ନ ପତ୍ରର ମାର୍କିଙ୍ଗ ମଧ୍ୟ କରିଥିଲେ | ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବା ନିଜେ ଜାଣିବାକୁ ପାଇଥିଲେ । ଏହାପରେ ଜୀବନ ହାରିବାର ନିଷ୍ପତ୍ତି ନେଇଥିଲେ | କିନ୍ତୁ ପରେ ବାପା ଓ ମା ଉଭୟ ଘରକୁ ଫେରି ପୁଅକୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ | ଏହାପରେ ତୁରନ୍ତ ପୁଅକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାରେ ଏବେ ସାରା ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ