Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବାଇକ ମୁହାଁମୁହିଁ,୫ ଗୁରୁତର

କୋକସରା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଟାଉନ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ପାଇକେନ୍ଦୁମୁଣ୍ଡି ଗ୍ରାମର ଅମର ମାଝୀ, ଜଗମୋହନ ମାଝୀ ଓ କନକପୁର ଗ୍ରାମର ଦୀପକ ମାଝୀ ଏକ ଟିଭିଏସ ବାଇକ ଯୋଗେ ଜୟପାଟଣା ଟାଉନ ରୁ ବଡ଼ଜୋର ନିକଟରେ ଥିବା ପେଟ୍ରୋଲ ପମ୍ପ କୁ ପେଟ୍ରୋଲ ପାଇଁ ଯାଉଥିବା ବେଳେ ସମ୍ନାପଟୁ ଏକ ବଜାଜ ପ୍ଲାଟିନା ଗାଡ଼ିରେ ଖଏରମାଲ ଗ୍ରାମର ଜନାର୍ଦ୍ଦନ ରାଉତ ଓ ଜୟପାଟଣା ର ଆଲୋକ ବୈଠାରୁ ଆସୁଥିବା ବେଳେ ମୁହାଁମୁହିଁ ଦୁର୍ଘଟଣା ଘଟିଥିବା ଜଣାପଡିଛି।ତେବେ ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା।ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆଲୋକ ବୈଠାରୁ ,ଅମର ମାଝୀ ଓ ଜନାର୍ଦ୍ଦନ ରାଉତ ଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନନ୍ତରିତ କରାଯାଇଥିବା ବେଳେ ଦୀପକ ମାଝୀ ଓ ଜଗମୋହନ ମାଝୀ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ