Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଅନ୍ତାରେ ପୋଲିସ ସାମ୍ନାରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା: ପୀଡିତାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସମ୍ପୂର୍ଣ୍ଣ ମିଛ!, ସୋମ୍ୟଙ୍କ ସାଙ୍ଗ କହିଲେ ସବୁ ସତ…

ଭୁବନେଶ୍ୱର, ୯ | ୫ : ବାଲିଅନ୍ତା ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାକୁ ନେଇ ବଢ଼ୁଛି ଚର୍ଚ୍ଚା। ଦିନକୁ ଦିନ ଏହା ତୀବ୍ର ରୂପ ନେଉଛି | ଏହି ହତ୍ୟା ଘଟଣାକୁ ନେଇ ଏବେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ | ତଦନ୍ତ ଯେତେ ଆଗଉଛି ସେତିକି ସନ୍ଦେହ ମଧ୍ୟ ବଢୁଛି | ପ୍ରତିଦିନ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ | ଗୋଟିଏ ପଟେ ସୌମ୍ୟକୁ ହତ୍ୟା କରିବା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବାବେଳେ ଅନ୍ୟପଟେ ପୀଡିତା ସୌମ୍ୟରଞ୍ଜନ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି | ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ଯାହା ତଦନ୍ତର ଅନ୍ୟ ଏକ ଦିଗକୁ ଆଡକୁ ଦେଖଉଛି | ଏହି ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି | ତେବେ ମୃତ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ଓରଫ ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି | ଯାହାକୁ ନେଇ ଏବେ ସନ୍ଦେହ ଆହୁରି ବଢିଯାଇଛି |

ତାଙ୍କ କହିବା ଅନୁସାରେ, ପୀଡ଼ିତାଙ୍କ ଦ୍ୱାରା ବର୍ଣ୍ଣନା କରାଯାଇଥିବା ଦୁଃଷ୍କର୍ମ କାହାଣୀ ସମ୍ପୂର୍ଣ୍ଣ ରୂପେ ମିଛ । ସେଭଳି କିଛି ଘଟି ନଥିଲା | ଘଟଣାସ୍ଥଳରେ ଓମ୍ ପ୍ରକାଶ ଓ ସୌମ୍ୟ ଏକାଠି ଥିଲେ। ସୌମ୍ୟ ଓ ସେ ଗୋଟିଏ ବାଇକ୍ ରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ଵର ସତ୍ୟବିହାର ଜିମ୍କୁ ଆସୁଥିଲେ। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ି ଆସିଛି ବୋଲି କହି ବୋଲି ସୌମ୍ୟ କହିବାରୁ ଓମ୍ ଗାଡ଼ିକୁ ବୁଲାଇ ପୁଣିଥରେ ଘରକୁ ନେଉଥିଲେ ।

। ଆଉ ସେହି ସମୟରେ ହଠାତ ସୌମ୍ୟଙ୍କୁ ବାତ ମାରିଥିଲା। ସେ ଆଚରଣ ଭିନ୍ନ ରହିଥିଲା । ଓମ୍ଙ୍କ ବେକକୁ ସୌମ୍ୟ ଜୋରରେ ଧରି ପକାଇବାରୁ ଓମ୍ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଯାହାଫଳରେ ସେହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା।

ଆଉ ଏଥିରେ ସମସ୍ତେ ତଳେ ପଡ଼ି ଯାଇଥିଲେ। ଦୁର୍ଘଟଣାକୁ ନେଇ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏହି ସମୟରେ ସୌମ୍ୟ ଆହୁରି ବିଚଳିତ ହୋଇ ଏକଦମ୍ ଅସ୍ଵାଭାବିକ ଆଚରଣ ଦେଖାଇବାକୁ ଲାଗିଲେ। ଜଣେ ଯୁବତୀଙ୍କ ସହ ଓମ ବି ହଠାତ୍ ମାଡ଼ ମାରିଥିଲେ । ଆଉ ପରେ ପାଖ ବିଲ ଆଡ଼କୁ ଧାଇଁବା ସହ ଚିତ୍କାର ମଧ୍ୟ କରୁଥିଲେ। ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ।

ଯୁବତୀଙ୍କ କଥା ଶୁଣି ସମସ୍ତେ ସୌମ୍ୟଙ୍କୁ ପଛରେ ଗୋଡ଼ାଇଲେ। ଧୀରେ ଧୀରେ ଆଖପାଖ ଲୋକେ ଭିଡ ଜମାଇଲେ । ସୌମ୍ୟଙ୍କୁ ବାତ ମାରିଥିଲା, ସେ ବାଉଳି ହେଉଥିଲେ ପୁଲିସ୍ ଠିଆ ହୋଇଥିଲା। ପ୍ରକୃତ ଘଟଣା କେହି କିଛି ନ ବୁଝି ସୌମ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିସ୍ତୁକ ପିଟିଲେ। ଆଉ ତା ପରେ ଏଭଳି ଅମାନୁଷିକ କାଣ୍ଡ ଘଟିଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ