Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋତେ ମୋ ଚାକିରି ଫେରାଅ, ନହେଲେ ଆତ୍ମହତ୍ୟା! ମୋବାଇଲ ଟାୱାର ଉପରେ ଚଢି ଯୁବକ ଜଣଙ୍କ ଏଭଳି କିଛି କହିଲେ…

ଢେଙ୍କାନାଳ, ୯ | ୫ : ଢେଙ୍କାନାଳ ଜିଲ୍ଲା ଟାଉନ୍ ଥାନା ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା କରିବା ଧମକ ଦେଇଛନ୍ତି | ମୋତେ ମୋ ଚାକିରି ଫେରାଅ, ନ ହେଲେ ଜୀବନ ହାରିବି କହି ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି । ଯୁବକ ଜଣକ ହେଲେ ସୋଗର ଗାଁର ଅଧିବାସୀ ରୁଦ୍ର ନାରାୟଣ ଦାସ। ରୁଦ୍ର ନିଜ ଦାବି ସମ୍ପର୍କରେ ଚିଠି ଦରଖାସ୍ତ ଲେଖି ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଦେଇଛନ୍ତି।

ରୁଦ୍ରଙ୍କର କହିବା ଅନୁଯାୟୀ, ଗତ ୨୦୧୮ ମସିହାରେ ସେ ଓ଼ଏସପି ୧ ବାଟାଲିୟନରେ ଯବାନ ରୂପେ ଯୋଗ ଦେଇଥିଲେ। ତାଙ୍କୁ ଝାରସୁଗୁଡ଼ା ଟ୍ରେନିଂ ପାଇଁ ପଠାଯାଇଥିଲା । ଟ୍ରେନିଂ ସମୟରେ ମୁଣ୍ଡ ବିନ୍ଧା ପାଇଁ ତାଙ୍କର କୋଭିଡ ଟେଷ୍ଟ ହୋଇଥିଲା। ରିପୋର୍ଟ୍ ନେଗେଟିଭ ଆସିଥିଲା। କିନ୍ତୁ ସେହି ସମୟରେ ତାଙ୍କୁ ଏକ ଇଞ୍ଜେକ୍ସନ ଦିଆଯାଇଥିଲାଏବଂ ପରେ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଥିଲା। ଏବଂ ପରେ ତାଙ୍କୁ ଶାରୀରିକ ଅକ୍ଷମ ଆଧାରରେ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଚାକିରି ଫେରାଇଦେବାକୁ ସେ ବହୁବାର ବିଭିନ୍ନ ଅଧିକାରୀ, ଜନପ୍ରତିନିଧି ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ କିଛି ସୁଫଳ ମିଳିନି। ବାଧ୍ୟ ହୋଇ ରୁଦ୍ର ଟାୱାର ଉପରେ ଚଢି ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଅଗ୍ନିଶମ ଓ ପୋଲିସକୁ ଚେତାବନୀ ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ରମେଶ ସେଠୀ, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଉପସ୍ଥିତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories