Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରୁଥିଲେ ଲୁଚା ଚୋରା ମାଙ୍କଡାପଥର ଖଣି ବେପାର;   ପିସିଆରକୁ ଫୋନ୍‌ କରିବାରୁ ଯୁବକଙ୍କ ହାତ ହାଣିଦେଲେ  ମାଫିଆ

ନୟାଗଡ଼,୧୧।୫:  ରାଜ୍ୟର ଆଇନ କାନୁନ୍ କୁ ଅପରାଧୀଙ୍କ ଆଉ ଖାତିର ନାହିଁ । ଦିନକୁ ଅପରାଧ,ଚୋରି ଡକାୟତି ବଢ଼ିଚାଲିଛି। ମାଫିଆଙ୍କ ଗୁଣ୍ଡାରାଜ ଚାଲିଛି । ରାତିର ଅନ୍ଧାର ହେଉ କି ଦିନ ଦ୍ୱିପହର ନିର୍ମମ ଭାବେ କରୁଛନ୍ତି ହତ୍ୟା । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ  କଦଳୀବନ୍ଧ ଅଞ୍ଚଳରେ। ଯେଉଁଠି ଓଡ଼ଗାଁ ବିଜୟ ମଣ୍ଡପସାହିର ୩୫ ବର୍ଷୀୟ ବୟସ୍କ ଅଜିତ ସାହୁଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ।  ମାଙ୍କଡାପଥର ଚୋରା ହୋଇ ଯାଉଥିବା    ଗାଡ଼ିକୁ ଅଟକାଇବାରୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ।

ସୂଚନା ଅନୁସାରେ,  ଓଡ଼ଗାଁ ଥାନା କଦଳୀବନ୍ଧ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରା ମାଙ୍କଡ଼ାପଥର ଖଣିକୁ ସ୍ଥାନୀୟ ଲୋକମାନେ ବିରୋଧ କରି ଆସୁଥିଲେ। କଦଳୀବନ୍ଧଠାରେ ମାଙ୍କଡ଼ାପଥର ଅନଲୋଡ ଗାଡ଼ିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଏହାପରେ ଖଣିମାଫିଆମାନେ ଆକ୍ରମଣ କରିଥିଲେ। ଏଥିରେ ଦୁଇଜଣ ଖସି ଯାଇଥିଲେ। କିନ୍ତୁ ଅଜିତ ମାଫିଆଙ୍କ ଶିକାର ହେଲେ । ତାଙ୍କୁ  ବୀଭତ୍ସ ଭାବେ ହତ୍ୟା କରିଛନ୍ତି ମାଫିଆ । ଅଜିତଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣ କାଟି ଦେଇଥିବା ବେଳେ ଡାହାଣ ହାତର ପାପୁଲିଠାରୁ କାଟି ଦେଇଛନ୍ତି। ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି। ଅଜିତଙ୍କୁ ନ୍ୟାୟ ଦାବିରେ ପରିବାର ଏବଂ ସ୍ଥାନୀୟ  ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।          

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ