ବେଲପାହାଡରେ ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ! ଜଣେ ମୃତ ଅନ୍ୟ ଜଣେ ଗୁରୁତର
ଝାରସୁଗୁଡା ,୧୧ | ୫ : ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକ ପାଖରେ ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ | ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଉଭୟ ବେଲପାହାଡ଼ ଜୁନାଡିହି କଲେଜ ପଡାର ବୋଲି ସୂଚନା ମିଳିଛି । ମୃତକ ଜଣକଙ୍କ ନାମ ରାହୁଲ ମହତ ଏବଂ ଗୁରୁତର ଭାବେ ଆହତ ହୋଇଥିବା ଜଣକ ହେଉଛନ୍ତି ଆକାଶ ସାହୁ l ତେବେ ଗୁରୁତର ଭାବେ ଆହତ ହୋଇଥିବା ଯୁବକଙ୍କୁ ଲଖନପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଝାରସୁଗୁଡ଼ା ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁସାରେ, ଚାରିଜଣ ଅଜଣା ଦୁର୍ବୁତ୍ତ ଏକ କାରରେ ଆସି ରାହୁଲ ଓ ଆକାଶଙ୍କୁ ସଂଘବଦ୍ଧ ଭାବେ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଖବର ପାଇ ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ସେଠାରେ ରାହୁଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଝାରସୁଗୁଡା ଏସପି, ବ୍ରଜରାଜନଗର ଏସଡିପିଓ, ବେଲପାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି |

