Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NTA ର ନିଟ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ମାମଲା; FAIMA ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ, ୧୩ | ୫ : ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା, ଏନଇଇଟି ୟୁଜି-୨୦୨୬ର ପ୍ରଶ୍ନପତ୍ର ଲିକ ଥିବା ଦର୍ଶାଇ ପରୀକ୍ଷାକୁ ବାତିଲ କରାଯାଇଛି | ଭାରତ ସରକାର ଏହି ଘଟଣା ପେପର ଲିକ୍ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ଏବେ FAIMA (ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ ଫେଡେରେସନ୍) ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଆବେଦନ କରାଯାଇଛି | NTA ର ପୁନର୍ଗଠନ ଦାବିରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି ମାମଲା | ଏହା ପଛରେ ବଡ ନେଟୱାର୍କ ରହିଥିବା ସନ୍ଦେହ କରାଯାଉଛି | ଟେଲିଗ୍ରାମ ଆପ ଜରିଆରେ ଏହି ପ୍ରଶ୍ନପତ୍ର ଲିକ ହୋଇଥିବା ସୂଚନା ମିଳିଛି | ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି | ତେବେ ଏନଟିଏ ପୂର୍ବରୁ ଘୋଷଣା କରିଛି ଯେ, ଖୁବ୍ ଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ| ୧୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ପଡିବ। ଦେଶର ସବୁଠାରୁ ବଡ ପରୀକ୍ଷାରେ ଏତେ ବଡ ବିଭ୍ରାଟକୁ ନେଇ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କ ଚିନ୍ତାରେ ପଡିଛନ୍ତି | ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଏ ଖବରରେ ନିରାଶ ହୋଇଛନ୍ତି | ଏହାସହିତ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଏବଂ ଆଇନ କାନୁନର ବ୍ୟବସ୍ଥାର ଅସଲ ଚିତ୍ର ପଦାରେ ପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ