ରାଜଧାନୀରେ ଲଜ୍ଜା;ଘରୋଇ ଇଞ୍ଜିନିୟରିଂକଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ!
ଭୁବନେଶ୍ୱର, ୧୩ | ୫ : ରାଜଧାନୀରେ ଲଜ୍ଜା। ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି | ଯୁବତୀଙ୍କୁ ତାଙ୍କ ପ୍ରେମିକ ପ୍ରେମ ଜାଲରେ ଫସାଇ ସାଙ୍ଗ ମାନଙ୍କ ସହ ମିଶି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଏନେଇ ଇନ୍ଫୋଭ୍ୟାଲି ଥାନାରେ ଏତଲା ହୋଇଛି | ଅଭିଯୋଗ ପରେ କମିଶନରେଟ ପୋଲିସ୍ ପୁରୁଷ ବନ୍ଧୁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ପ୍ରେମିକ ତା ସାଙ୍ଗ ମାନଙ୍କ ସହ ରୁମରେ ପ୍ରେମିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ପୋଲିସ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି | ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି କମିଶନରେଟ ପୋଲିସ।

