Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଥରେ ଦୁର୍ଘଟଣା ଘଟାଇଲା ଆମ ବସ୍; ପଛପଟୁ ବାଇକ୍ ଆରୋହୀଙ୍କୁ ଦେଲା ଧକ୍କା

ଭୁବନେଶ୍ୱର, ୧୩ |୫ : ଆଜି ଆମ ବସକୁ ନେଇ ପୁଣି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି | ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା | ଉତ୍ତ୍ୟକ୍ତ ଲୋକେ ବସ୍‌ କାଚ ଭାଙ୍ଗି ଦେଇଥିବାବେଳେ ସହିଦ ନଗର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଜାରି ରଖିଛି।

ସୂଚନା ଅନୁସାରେ, ଜୟଦେବବିହାର ଏବଂ ଆଚାର୍ଯ୍ୟ ବିହାର ମଧ୍ୟରେ ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଛି ଆମ ବସ | ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆମ ବସ ଦୁର୍ଘଟଣା ଘଟାଇବା ଆଜି ନୂଆ କଥା ନୁହେଁ | ଏହା ପୂର୍ବରୁ ମଧ୍ୟ ଆମ ବସକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି |

ଏହାପୂର୍ବରୁ ବାଣୀବିହାର-ସତ୍ ସଙ୍ଗ ବିହାର ମଝିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ବାଇକ୍ ରେ ଯାଉଥିବା ବେଳେ ପଛ ପଟୁ ଧକ୍କା ଦେଇଥିଲା ଆମ ବସ୍ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପୁଣି ତା ପୂର୍ବରୁ ସହିଦନଗର ଅଞ୍ଚଳ ରୁପାଲି ଛକ ନିକଟରେ ଆମ ବସ ଘଟାଇଥିଲା ମର୍ମନ୍ତୁଦ ଦୁର୍ଘଟଣା | ଏକ ଅଟୋକୁ ରୁପାଲି ଟ୍ରାଫିକ ପାଖରେ ପଛ ପଟୁ ଚାପି ଦେଇଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ