Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଳନ୍ଥରା ପୁଲିସ ପକ୍ଷରୁ କୋଷ୍ଟାଲ କମ୍ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ।

ଗୋପାଳପୁର,୧୩/୦୫
ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡାକ୍ତର ଶ୍ରବଣା ବିବେକ ଏମ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୋଳନ୍ଥରା ପୁଲିସ ପକ୍ଷରୁ ସ୍ଥାନୀୟ ଡଙ୍କଲପାଡୁ ଗ୍ରାମରେ କୋଷ୍ଟାଲ କମ୍ୟୁନିଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଡଙ୍କଲପାଡୁ, ନାକାରାମ ଗ୍ରାମବାସୀ ଓ ଯୁବକ ମାନେ ସାମିଲ ରହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା, ଡି ଆଇ ବି ଡି ଏସ ପି ତ୍ରିପତି ଚୈଧୁରୀ, ପୁଲିସ ଆର ଆଇ ଲକ୍ଷ୍ମୀ ନାରାୟଣ ବେହେରା, ଥାନା ଆଇଆଇସି ଟୁନା ସାସମଲ ଙ୍କ ସମେତ ସରପଞ୍ଚ ୟୁ ପୁନାମ୍ମା, ଚିକିଟି ବ୍ଲକ ଉପାଧ୍ୟକ୍ଷା ବି ରେଣୁକାମ୍ମା, ପୂର୍ବତନ ସରପଞ୍ଚ ସି ଏଚ ସୁଧାକର,ଗ୍ରାମ୍ୟ ନାଇଡୁ ବି ତୁଳେସିଆ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବେଦନଶୀଳ ଉପକୂଳବର୍ତ୍ତୀ ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବା, ଜୀବନ ଓ ସମ୍ପତ୍ତିର ସୁରକ୍ଷା କରିବା ଏବଂ ପୋଲିସ-ଜନସାଧାରଣ ସମ୍ପର୍କକୁ ସୁଦୃଢ଼ ​​କରିବା ଲକ୍ଷ୍ୟ ରେ ଡଙ୍କଲପାଡୁ,ନାକାରାମ ,ଢେପନୂଆପଡା ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଡଙ୍କଲପାଡୁ ଟିମ୍ ବିଜୟୀ ହୋଇଥିବା ବେଳେ ନାକାରାମ ଦଳ ରନର୍ସ ଅପ୍ ହୋଇଥିଲା। ବିଜୟୀ ଦଳକୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଉପସ୍ଥିତ ପୁଲିସ ଅଧିକାରୀ ମାନେ ସୁରକ୍ଷା ସଚେତନତା, ମହିଳା ଏବଂ ଶିଶୁଙ୍କ ସୁରକ୍ଷା, ସାଇବର ଅପରାଧ ନିବାରଣ, ଯୁବ ସଶକ୍ତିକରଣ ଏବଂ ଉପକୂଳ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ସହ ସମ୍ପ୍ରଦାୟଗୁଡ଼ିକୁ ନିଶାଦ୍ରବ୍ୟ ଅପବ୍ୟବହାରର ବିପଦ, ଅସାମାଜିକ କାର୍ଯ୍ୟକଳାପରୁ ଦୂରେଇ ରହିବାର ଆବଶ୍ୟକତା ଏବଂ ଉପକୂଳରେ ସନ୍ଦେହଜନକ ଗତିବିଧି ରିପୋର୍ଟ କରିବାର ଗୁରୁତ୍ୱ ବିଷୟରେ ସଚେତନ କରାଇଥିଲେ। ଏହା ସହ ବେଆଇନ ଅନୁପ୍ରବେଶ, ନିଶାଦ୍ରବ୍ୟ ଚୋରାଚାଲାଣ, ମାନବ ଚାଲାଣ ଏବଂ ଆତଙ୍କବାଦ-ସମ୍ବନ୍ଧୀୟ କାର୍ଯ୍ୟକଳାପ ଭଳି ବିପଦ ନେଇ ପୁଲିସ କୁ ସୂଚନା ଦେବା ସହ ସୁରକ୍ଷିତ ରହିବାକୁ ମତପୋଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁ ପିତାମ୍ବର,ବି ସୁରେଶ,ଏସ ଅସନ୍ତୁଲ,ବି ତରୁଣ,ସି ଏଚ ଏରେୟା,ବି ମୋହନ ଙ୍କ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ