ଦାସପୁର ପ୍ରିମୟର ଲିଗ୍ ଉଦଘାଟିତ।
ଗୋପାଳପୁର,୧୪/୦୫
ସାରା ଦେଶରେ ଆଇ.ପି.ଏଲ ଅର୍ଥାତ୍ ଇଣ୍ଡିଆନ୍ ପ୍ରିମିଅର ଲିଗ୍ ଚାଲିଥିବା ବେଳେ ତାକୁ ଅନୁସରଣ କରି କୋଳଥି ଗାଁ ଗ୍ରାମ ପଞ୍ଚାୟତ ଦାସପୁର ଗ୍ରାମ ତରଫରୁ ଡି.ପି.ଏଲ୍ ଅର୍ଥାତ୍ ଦାସପୁରୁ ପ୍ରିମିୟର ଲିଗ୍ ୨୦୨୬ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି। ଏଥିରେ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସମସ୍ତ କ୍ରିକେଟ ପ୍ରେମୀ ତଥା ଖେଳାଳି ମାନଙ୍କୁ ନେଇ
ରୟାଲ ଷ୍ଟ୍ରାକେର ,ଜିଜି ଡ୍ରାଗନ, ରୟାଲ ବୋର୍ରଇଏସ ,ରନ ମ୍ୟାଚିନେ କ୍ସଇଁ ଏହିଭଳି ମୋଟ ଚାରିଗୋଟି ଟିମ୍ ରେ ବିଭକ୍ତ କରାଯାଇଛି। ଏଥିରେ ମୋଟ ୧୦ ଓଭର୍ ର ମ୍ୟାଚ୍ ରହିଥିବା ବେଳେ ପ୍ରତେକ ଦିନ ୨ ଟି ଲେଖାଏଁ ମ୍ୟାଚ୍ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଆଜି ଉଦ୍ ଘାଟନ ମ୍ୟାଚ୍ ପ୍ରଥମ ଦିନରେ ରୟାଲ ଷ୍ଟ୍ରାକେର ଓ ଜିଜି ଡ୍ରାଗନ ମଧ୍ୟରେ କଡ୍ଡା ମୁକାବିଲା ଦେଖିବାକୁ ମିଳିଥିଲା। ଜିଜି ଡ୍ରାଗନ , ରୟାଲ ଷ୍ଟ୍ରାକେର କୁ ୧୫ ରନ୍ ପରାସ୍ତ କରି ରୟାଲ ଷ୍ଟ୍ରାକେର ବିଜିୟ ହାସଲ କରି ଥିଲା। ଆଜିର ଶିକ୍ଷିତ ଯୁବ ସମାଜ ଆଇ.ପି.ଏଲ ବେଟିଂ ରେ ମାତି ଜୁଆଖେଳ ପ୍ରତି ଆକୃଷ୍ଟ ହୋଇ ସର୍ବସ୍ୱା ହରାଇ ବିପଥଗାମୀ ହେଉଥିବା ବେଳେ ଦାସପୁର ଗ୍ରାମ ର ଯୁବ ଗୋଷ୍ଠୀ ଏହିଭଳି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ଆୟୋଜନ କରି ନୂଆ ଖେଳାଳି ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଅଛି ବୋଲି ଆୟୋଜକ ମୁଖ୍ୟ ଏସ୍. ବାସୁଦେବ (ଭିକି) ମତବ୍ୟକ୍ତ କରିଛନ୍ତି। ଉଦ୍ ଘାଟନୀ ଉତ୍ସବରେ କୋଳଥି ଗାଁ ସରପଞ୍ଚ ଜଗମୋହନ ପାତ୍ର ଯୋଗଦେଇ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ କରିଥିବା ବେଳେ ଏହିଭଳି ନିଆରା ପ୍ରୟାସ କୁ ଭରପୁର ପ୍ରସଂଶା କରିଥିଲେ। ଏହା ଅନ୍ୟ ଯୁବକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଅଭିଭାଷଣ ରଖିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ଼ ମେମ୍ବର ପି.ସରସ୍ଵତୀ, ଡି. ଯତୀନ, ଡି. ଶୁଭମ୍, କେ. ଶ୍ରୀନୁ, ମୀନ କେତନ ସାହୁ,ଇ.ରବି, ପି. ଗଣେଶ, ପି. ବାବୁରାଓ, କେ.ଶିବା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

