Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡିଶାକୁ ଆଉ ଏକ ରେଳ ଭେଟି!

ବଲାଙ୍ଗୀର, ୧୪ | ୫ : କେସିଙ୍ଗାରୁ ଭୁବନେଶ୍ୱରକୁ ଟ୍ରେନ ଚଳଚଳ ପାଇଁ ପୂର୍ବରୁ ଦାବି ହୋଇ ଆସୁଥିଲା ବେଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏକ ବଡ ଘୋଷଣା କରିଛନ୍ତି | ପୁରୀରୁ କୋରାପୁଟ ସିଧା ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ଏକ ଟ୍ରେନ ଆଶା ପୂରଣ କରିଛନ୍ତି। ଏବେ ପୁଣି ପଶ୍ଚିମ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଆଉ ଏକ ଟ୍ରେନର ଚଳାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର | ପଶ୍ଚିମ ଓଡ଼ିଶାରୁ ବିଶାଖାପାଟଣା ଏବଂ ନ୍ୟୁ ଦିଲ୍ଲୀକୁ ସଂଯୋଗ କରୁଥିବା ଟ୍ରେନକୁ ମଞ୍ଜୁର ମିଳିଛି |

ତେବେ ଏହି ନୂତନ ଟ୍ରେନ ବିଶାଖାପାଟଣା ଭାୟା ବିଜୟ ନଗର ଦେଇ ରାୟଗଡ଼ା, ମୁନିଗୁଡା, କେସିଙ୍ଗା, ଟିଟିଲାଗଡ, ବଲାଙ୍ଗୀର,ବରଗଡ଼, ସମ୍ବଲପୁର, ଝାରସୁଗୁଡା, ବିଳାଶପୁର, କଟନୀ ଦେଇ ପ୍ରସିଦ୍ଧ ତୀର୍ଥସ୍ଥଳ ପ୍ରୟାଗରାଜ ଦେଇ ଦିଲ୍ଲୀକୁ ଆସନ୍ତା ୨୨ରେ ଚଳାଇବା ପାଇଁ ରେଳ ବିଭାଗ ବିଭାଗ ସୂଚନା ଦେଇଛି ।

ଏହି ଟ୍ରେନରେ ସମୁଦାୟ ୧୮ଟି ବଗି ରହିଛି। ଆସନ୍ତା ୨୬ତାରିଖରେ ଏହି ଟ୍ରେନଟି ନ୍ୟୁ ଦିଲ୍ଲୀରୁ ବାହାରି କେସିଙ୍ଗାରେ ସକାଳ ୭.୨୮ ମିନିଟରେ ପହଞ୍ଚିବ ଓ ବିଶାଖାପାଟଣାରେ ଅପରାହ୍ନ ୧ଟା ରେ ପହଞ୍ଚିବ । ଏହି ଟ୍ରେନ ଚଳିତ ମାସ ୨୨ରୁ ବିଶାଖାପାଟଣା ପୂର୍ବାହ୍ନ ୧୦.୧୭ଟାରେ ଛାଡିବ। ନ୍ୟୁ ଦିଲ୍ଲୀରୁ ଏହି ଟ୍ରେନ ଚଳିତମାସ ୨୬ ତାରିଖରୁ ବାହାରିବ ୧ ଟାରେ ଛାଡିବ। ଏହି ଟ୍ରେନ ଚାଲିବା ଦ୍ୱାରା ଯାତ୍ରୀମାନେ ପ୍ରୟାଗରାଜକୁ ଯିବାରେ ସୁବିଧା ହୋଇପାରିବ। ପିଣ୍ଡଦାନ କରିବା ଉଦ୍ଦେଶ୍ୟରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମ ଓଡିଶା ଏବଂ ଉତ୍ତରପ୍ରଦେଶ ରାଜ୍ୟରୁ ଯାଉଥିବା ଲୋକମାନେ ଏହି ସୁବିଧାର ଲାଭ ପାଇପାରିବେ | ଏନେଇ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କଳାହାଣ୍ଡି ରେଳ ଯାତ୍ରୀ ସଂଘ ଧନ୍ୟବାଦ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ