Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଅନ୍ତା ସୋମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ସମେତ ୧୩ ଗିରଫ!

ଭୁବନେଶ୍ୱର, ୧୪ | ୫ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ କନେଷ୍ଟବଳ ସୋମ୍ୟ ରଞ୍ଜନ ସ୍ୱାଇଁ ଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ | ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁକୁ ଗିରଫ କରିଛି ପୋଲିସ | ଅଭିଯୁକ୍ତ ଜଣକ କଟକ ସଦର ଥାନା ଗଙ୍ଗେସ୍ୱରଗଡାର ବୋଲି ଜଣାପଡିଛି | ମୁଖ୍ୟ ଅଭଯୁକ୍ତକୁ ମିଶାଇ ଏବେ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି | ପୂର୍ବରୁ ଏହି ହତ୍ୟା ମାମଲାରେ ପୋଲିସ ୧୧ ଜଣ ଗ୍ରାମବାସୀ ଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏବେ ଆଉ ଦୁଇଜଣଙ୍କୁ ଗିରଫ କରିଛି | ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ବାଉଁଶରେ ସୋମ୍ୟଙ୍କ ମୁଣ୍ଡ ଏବଂ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ ମରିଥିବାର ଜଣାପଡିଛି |

ସୂଚନାଯୋଗ୍ୟ, ଏକ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ସୋମ୍ୟ ରଞ୍ଜନ ସ୍ୱାଇଁଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିଲେ | ଏହି ଖବର ବିରୁଦ୍ଧରେ ସ୍ୱର ଉତ୍ତଳନ ହେବା ପରେ ସରକାର ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଥିଲେ | ଏହାପରେ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଏବଂ ସାଇଣ୍ଟଫିକ ଟିମ ପହଞ୍ଚି ଘଟଣାର ଯାଞ୍ଚ କରିବା ସହ ଲୋକଙ୍କୁ ପଚରା ଉଚୁରା କରିଥିଲେ | ଏହି ମାମଲାରେ ବାଲିଅନ୍ତା SI ଙ୍କ ବଦଳି ହୋଇଛି | ଏହାସହ ଦୁଇ କନେଷ୍ଟବଳଙ୍କୁ ମଧ୍ୟ ନିଲମ୍ବନ ମଧ୍ୟ କରାଯାଇଛି | ପୀଡିତ ଯୁବତୀ ଜଣକ ଦୁଷ୍କର୍ମର ଅଭିଯୋଗ କରିଥିବା ବେଳେ ସୋମ୍ୟଙ୍କ ଘର ଲୋକ ଏହାକୁ ମିଛ ବୋଲି ଅଭିଯୋଗ କରିଛନ୍ତି | ଘଟଣାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ