ଭଲିବଲ ଖେଳ କୁ ନେଇ ଗୋଳାବନ୍ଧ ରେଗଣ୍ଡଗୋଳ, ଜଣେ ଆହାତ।ମାମଲାରେ ୨ କୋର୍ଟ ଚାଲାଣ
ଗୋପାଳପୁର ୧୪/୫
ଗୋପାଳପୁର ପୁଲିସ ଗୋଳାବନ୍ଧ ଗ୍ରାମରେ ହୋଇଥିବା ଗଣ୍ଡଗୋଳ ମାମଲାରେ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ଉକ୍ତ ଗ୍ରାମର ବିଜୁ ଦାସ,ରାଜା ଦାସ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ବ୍ୟବହାର ସନ୍ଧ୍ୟାରେ କମଳାପୁର ରେ ଚାଲିଥିବା ଭଳିବଲ ଖେଳ ନିକଟକୁ ଯାଇ ଦୀପକ ଦାସ ଭଲିବଲ ଖେଳିବାକୁ କହିଥିଲା l କିନ୍ତୁ କୌଣସି କାରଣକୁ ନେଇ ସେଠାରେ ପାଟିତୁଣ୍ଡ ହୋଇଥିଲା l ପରେ ବିଜୁ ଦାସ ଓ ରାଜା ପ୍ରମୁଖ ଦୀପକ କୁ ମାରିବା ସହ ମୁଣ୍ଡ ଫଟାଇ ଦେଇଥିବା ନେଇ ଦୀପକ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୬୫/୨୬ ମାମଲା ରୁଜୁ ଆଜି ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି l

