Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ଆଇପିଏଲ; ଚେନ୍ନାଇକୁ ମିଳିଲା ୨୦ କୋଟି, ଗୁଜରାଟକୁ ୧୨ କୋଟି ୫୦ ଲକ୍ଷ

ନୂଆଦିଲ୍ଲୀ: ସରିଲା ଆଇପିଏଲ। ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥର ଆଇପିଏଲ ଟ୍ରଫି ‌ହାତେଇଛି ଚେନ୍ନାଇ ସୁପର କିଙ୍ଗସ। ଫାଇନାଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ୫ ୱିକେଟରେ ଗୁଜରାଟ ଟାଇଟନ୍ସଙ୍କୁ ପରାସ୍ତ କରି ବିଜୟ ଲାଭ କରିଛି। ପଞ୍ଚମ ଥର ପାଇଁ ଟ୍ରଫି ଜିତିଛି ଚେନ୍ନାଇ ସୁପର କିଙ୍ଗସ୍ ।

ତେବେ ବର୍ଷା ମଧ୍ୟରେ ମ୍ୟାଚକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଶେଷରେ ଚେନ୍ନାଇ ମ୍ୟାଚ ଖେଳିଥିଲା। ପ୍ରଥମ ବ୍ୟାଟିଂ କରି ଗୁଜରାଟ ପୂର୍ବରୁ ମ୍ୟାଚ ଖେଳିସାରିଥିଲା। ତେବେ ଫାଇନାଲ ମ୍ୟାଚ୍ ହାରିଥିଲେ ବି, ରନର୍ସ ଅପ୍ ଟିମ୍ ଗୁଜରାଟ ଟାଇଟନ୍ସ ୧୨ କୋଟି ୫୦ ଲକ୍ଷ ଟଙ୍କା ପୁରସ୍କାର ଜିତିଛି । ଯାହାକି ବିଶ୍ୱର ଅନ୍ୟ କ୍ରିକେଟ ଲିଗର ପ୍ରାଇସ୍ ମନିଠାରୁ ଢେର ଗୁଣ ଅଧିକ ।

ସେହିପରି ଆଇପିଏଲ୍ ୨୦୨୩ ଫାଇନାଲ ମ୍ୟାଚ୍ ଖେଳି ବିଜୟ ଲାଭ କରିଥିବା ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କୁ ପୁରସ୍କାର ବାବଦରେ ୨୦ କୋଟି ଟଙ୍କା ଚେକ୍ ଦେଇଥିଲେ ବିସିସିଆଇ ସଭାପତି ରୋଜର ବିନ୍ନି ଆଉ ସମ୍ପାଦକ ଜୟ ଶାହା ।

More Stories