Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Virat Kohli ODI Record: ଦିନିକିଆ କ୍ରିକେଟ୍‌ରେ ନୂଆ ଇତିହାସ ରଚିଲେ ବିରାଟ, ନମ୍ବର ୩ରେ ବ୍ୟାଟିଂ କରି ୧୩ ହଜାର ରନ୍‌ ପୂରଣ କରିବାରେ ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ କ୍ରିକେଟ୍‌ କ୍ୟାରିୟରରେ ଆଉ ଏକ ବଡ଼ ଉପଲବ୍ଧି ଯୋଡ଼ିଛନ୍ତି। ବୁଧବାର ଦିନିକିଆ କ୍ରିକେଟ୍‌ରେ ନମ୍ବର ୩ ସ୍ଥାନରେ ବ୍ୟାଟିଂ କରି ୧୩ ହଜାର ରନ୍‌ ପୂରଣ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟର ହୋଇଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଏହି ରେକର୍ଡ ହାସଲ କରିଛନ୍ତି କୋହଲି। ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସେ ଏହି ଐତିହାସିକ ମାଇଲଖୁଣ୍ଟ ଛୁଇଁଛନ୍ତି।

ଏହି ଉପଲବ୍ଧି ସହ ଦିନିକିଆ କ୍ରିକେଟ୍‌ରେ ନମ୍ବର ୩ ସ୍ଥାନରେ ବିରାଟଙ୍କ ଦବ୍‌ଦବା ଆହୁରି ମଜବୁତ ହୋଇଛି। ଦୀର୍ଘ ଦିନ ଧରି ଏହି ସ୍ଥାନରେ ବ୍ୟାଟିଂ କରି ସେ ଅନେକ ରନ୍‌ ସଂଗ୍ରହ କରିଥିବା ବେଳେ ଏବେ ୧୩ ହଜାର ରନ୍‌ର ଐତିହାସିକ ରେକର୍ଡ ନିଜ ନାଁରେ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ