Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NEET-UG ୨୦୨୬ ପୁନଃ ପରୀକ୍ଷା ଘୋଷଣା! ଆସନ୍ତା ଜୁନ୍ ୨୧ରେ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର, ୧୫ | ୫ : NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଜରୁରୀ ସୂଚନା। NTA (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ) ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହୋଇଛି । ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଆସନ୍ତା ଜୁନ୍ ୨୧, ୨୦୨୬ ଦିନ ପରୀକ୍ଷା ଅନୁଷ୍ଠିତ ହେବ। ଅନଲାଇନ ମୋଡ଼ରେ ପରୀକ୍ଷା ହେବ |

ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଧାରରେ ମେ ୩ରେ ହୋଇଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା। ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଏହାକୁ ନେଇ ଚିନ୍ତାରେ ପଡି ଯାଇଥିଲେ | ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ସରକାର ଦାୟିତ୍ୱ ଦେଇଥିବା ବେଳେ ଏବେ ନୂଆ ତାରିଖ ଘୋଷଣା ହୋଇଛି | ପୁଣି ଥରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ | ତେଣୁ କୌଣସି ଗୁଜବକୁ ବିଶ୍ୱାସ ନ କରି କେବଳ NTA ର ଅଫିସିଆଲ୍ ୱେବସାଇଟ୍ ଏବଂ ଯୋଗାଯୋଗ ମାଧ୍ୟମରେ ଦିଆଯାଉଥିବା ତଥ୍ୟ ଉପରେ ଭରସା କରିବାକୁ ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କୁ ଏଜେନ୍ସି ପକ୍ଷରୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ