Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧାରାସ୍ତାରେ ଆମ୍ବୁଲାନ୍ସରୁ ସରିଗଲା ପେଟ୍ରୋଲ! ରୋଗୀଙ୍କ ମୃତ୍ୟୁ!

କଟକ, ୧୫ | ୫ : କଟକ କାଠଯୋଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି | ଅଧାବାଟରେ ଆମ୍ବୁଲାନ୍ସ ରୁ ପେଟ୍ରୋଲ ସରିଯିବା ଫଳରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | କେନ୍ଦ୍ରାପଡ଼ା ଅଞ୍ଚଳରୁ ବିଷପିଇଥିବା ରୋଗୀଙ୍କୁ କଟକ ଏସସିବି ମେଡିକାଲକୁ ଆଣିଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା | କଟକରୁ ଆସିବା ବାଟରେ କାଠଯୋଡ଼ି ନଦୀ ପେଟ୍ରୋଲ ସରିଯାଇଥିବା ଯୋଗୁଁ ଆମ୍ବୁଲାନ୍ସ ନଦୀ ଉପରେ ଅଟକି ଯାଇଥିଲା | ଯେଉଁଥିପାଇଁ ଘଟଣାସ୍ଥଳରେ ରୋଗୀଙ୍କ ମୃତ୍ୟୁ ହୋଇଛି । ଏନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଆମ୍ବୁଲାନ୍ସର ଅକ୍ସିଜେନ ମଧ୍ୟ ଶେଷ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ