ଲୋକସଭା ଭବନ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ!
ଭୁବନେଶ୍ୱର, ୧୫ |୫ : ଭୁବନେଶ୍ୱର, ଲୋକସେବା ଭବନ ଆଗରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି | ଲୋକସଭା ଭବନର ୧ ନମ୍ବର ଗେଟ୍ ଆଗରେ ମହିଳାଙ୍କୁ ଧରିନେଲେ ଏସ୍ଏସ୍ବି ଯବାନ । ଦେହରେ ପେଟ୍ରୋଲ ଢାଳିବା ଦେଖି ଯବାନ ମାନେ ମହିଳାଙ୍କୁ ତୁରନ୍ତ କାବୁ କରିଥିଲେ | ପୋଲିସର ନିର୍ଯାତନାରେ ଅତିଷ୍ଠ ହୋଇ ମହିଳା ଜଣକ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି |
ମହିଳାଙ୍କ କହିବା ଅନୁଯାୟୀ, ବାଣପୁର ଥାନାର ପୋଲିସ ତାଙ୍କୁ ମିଛ କେସରେ ଫସାଇ ୨ରୁ ୩ ବର୍ଷ ଜେଲରେ ରଖିଥିଲେ | ଏଥିରେ ସେ ମାନସିକ ସ୍ତରରେ ଆଘାତ ପାଇଛନ୍ତି | ଲୋକନିନ୍ଦା ଏବଂ ଅପମାନର ସମ୍ମୁଖୀନ ଦରରେ ଲୁଚି ଲୁଚି ବୁଲୁଛନ୍ତି | ଏନେଇ ସେ ପୋଲିସ ଉପରକୁ ସେ ଆଙ୍ଗୁଠି ଉଠାଇଛନ୍ତି | ଅପମାନର ଡରରେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲେ ମହିଳା ଜଣକ |

