Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ପୋଲିସରେ ବଡ଼ ଧରଣର ଅଦଳବଦଳ! ବଦଳିଲେ ୧୮ IPS ଓ OPS ଅଧିକାରୀ

ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟର ୧୮ ଜଣ ବରିଷ୍ଠ IPS ଓ OPS ଅଧିକାରୀଙ୍କୁ ନୂତନ ସ୍ଥାନରେ ଅବସ୍ଥାପିତ କରାଯାଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର SP ମଡକର ସନ୍ଦୀପ ସମ୍ପତଙ୍କୁ କଟକ CID-CBର DIG ଭାବେ ବଦଳି କରାଯାଇଥିବାବେଳେ, ପରମାର ସ୍ମିତ ପରଷୋତ୍ତମଦାସଙ୍କୁ ନୟାଗଡ଼ SP ଭାବେ ନିଯୁକ୍ତି ମିଳିଛି। ସେହିପରି ଖୋର୍ଦ୍ଧା SP ବିବେକାନନ୍ଦ ଶର୍ମାଙ୍କୁ CID-CB SP ଏବଂ ରାୟଗଡ଼ SP ସ୍ୱାତୀ ଏସ. କୁମାରଙ୍କୁ STF SP ଭାବେ ବଦଳି କରାଯାଇଛି।

ଏହା ସହ ଗଞ୍ଜାମ SP ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା SP, କନ୍ଧମାଳ SP ହରିଶା ବି.ସିଙ୍କୁ ଗଞ୍ଜାମ SP ଏବଂ ବରଗଡ଼ SP ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି SP ଭାବେ ନିଯୁକ୍ତି ମିଳିଛି। ନୟାଗଡ଼ SP ଏସ. ସୁଶ୍ରୀଙ୍କୁ ଭିଜିଲାନ୍ସ SP ଏବଂ ସ୍ପେଶାଲ ବ୍ରାଞ୍ଚ SP ରାଜ ପ୍ରସାଦଙ୍କୁ ରାୟଗଡ଼ SP ଭାବେ ବଦଳି କରାଯାଇଛି। ଅନ୍ୟପଟେ, ଭଦ୍ରକ ଓ ରାୟଗଡ଼ର ଅତିରିକ୍ତ SPମାନଙ୍କୁ ପଦୋନ୍ନତି ସହ ନବରଙ୍ଗପୁର ଓ କନ୍ଧମାଳ SP ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

OPS ଅଧିକାରୀମାନଙ୍କ ମଧ୍ୟରେ ମଧ୍ୟ ବଡ଼ ଅଦଳବଦଳ ହୋଇଛି। STF SP ରବୀନ୍ଦ୍ର ନାଥ ଶତପଥୀଙ୍କୁ ବରଗଡ଼ SP ଏବଂ ଭୁବନେଶ୍ୱର-କଟକ UPD DCP କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ SP ଭାବେ ବଦଳି କରାଯାଇଛି। ଏହା ସହ ରାଜ୍ୟପାଳଙ୍କ ADC କୁଲଦୀପ ମୀନାଙ୍କୁ ବୌଦ୍ଧ SP କରାଯାଇଥିବାବେଳେ ଅନନ୍ୟା ଅଧ୍ୱସ୍ତିଙ୍କୁ ରାଜ୍ୟପାଳଙ୍କ ନୂତନ ADC ଭାବେ ନିଯୁକ୍ତି ମିଳିଛି। ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମାଝୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ