ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର; ୧୧ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବଢ଼ିଲା ମୂଲ୍ୟ
ନୂଆ ଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ନୂତନ ଦର ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ବୃଦ୍ଧି ଓ ଡିଜେଲ ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ହୋଇଛି ।
୧୧ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବଢ଼ିଲା ମୂଲ୍ୟ । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କ୍ରମାଗତ ଭାବେ ଦେଶରେ ତେଲ ଦର ବୃଦ୍ଧି ।
ଇରାନ-ଆମେରିକା ମଧ୍ୟରେ ତଣାତଣି ଓ ହର୍ମୁଜ ପ୍ରଣାଳୀର ଅସ୍ଥିର ପରିସ୍ଥିତି ଯୋଗୁ ଭାରତରେ ଅଶୋଧିତ ତେଲ ଯୋଗାଣ ପ୍ରଭାବିତ ହେଉଛି। ସେହିପରି ରୁଷିଆରୁ ତେଲ ଆମଦାନୀ ଉପରେ ଲାଗିଥିବା ପ୍ରତିବନ୍ଧକ ମଧ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।
ତୈଳ ଦର ବୃଦ୍ଧିର ପ୍ରଭାବ ଦୈନିକ ଜୀବନରେ ପଡ଼ିବା ସହ ପରିବହନ ଓ ଆବଶ୍ୟକ ସାମଗ୍ରୀ ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ।
