Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର୍! ପୋଲିସ ଗୁଳିରେ ଆହତ ହେଲା ଜଗା

ବ୍ରହ୍ମପୁର ଜିଲ୍ଲାରେ ପୁଣି ଏକ ପୋଲିସ ଏନକାଉଣ୍ଟର ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ପୋଲିସ ଗୁଳିରେ ଆହତ ହୋଇଛି ମଙ୍ଗଳା ବେହେରାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଜଗା ଓରଫ ଜଗନ୍ନାଥ ସାହୁ। ତାଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିବାବେଳେ ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗା ନାଁରେ ବଡବଜାର ଓ ସଦର ଥାନାରେ ୯ଟି ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଅମ୍ବିକା ନଗର ଅଞ୍ଚଳରେ ଜଗା ଓ ତାଙ୍କ ଭାଇ ବଳିଆ ମିଶି ମଙ୍ଗଳା ବେହେରାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଘଟଣା ପରେ ପୋଲିସ ଚଢ଼ାଉ ଜାରି ରଖିଥିବାବେଳେ ଏନକାଉଣ୍ଟରରେ ଜଗା ଆହତ ହୋଇଛି।

ଏହା ସହିତ ଗତ ୯ ଦିନ ମଧ୍ୟରେ ବ୍ରହ୍ମପୁରରେ ଏହା ତୃତୀୟ ଏନକାଉଣ୍ଟର ଘଟଣା। ପୂର୍ବରୁ ୧୬ ଓ ୨୧ ତାରିଖରେ ମଧ୍ୟ ଦୁଇଟି ଏନକାଉଣ୍ଟର ହୋଇଥିଲା। ଲଗାତାର ଗୋଷ୍ଠୀ କନ୍ଦଳ ଓ ଅପରାଧିକ କାର୍ଯ୍ୟକଳାପ ଯୋଗୁ ବ୍ରହ୍ମପୁରର ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତା ବଢ଼ାଇଛି। ସେପଟେ ଫେରାର ଥିବା ବଳିଆଙ୍କୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ