ବିଜେଡି ଛାଡ଼ିଲେ ଦେବାଶିଷ, ରାଜ୍ୟସଭାରେ ଦଳର ସଂଖ୍ୟା ଖସି ୫କୁ
ବିଜେଡିକୁ ଆଉ ଏକ ବଡ଼ ଝଟକା ଲାଗିଛି । ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଲେ, ବିଜେପିରେ ଯୋଗ ଦେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସୋମବାର ସେ ଦିଲ୍ଲୀରେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି ।
ଦେବାଶିଷ ସାମନ୍ତରାୟଙ୍କ ଏହି ପଦକ୍ଷେପକୁ ବିଜେଡି ପାଇଁ ବଡ଼ ରାଜନୈତିକ ଝଟକା ବୋଲି ଦେଖାଯାଉଛି । ପୂର୍ବରୁ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏବେ ଦେବାଶିଷ, ତେବେ ରାଜ୍ୟସଭାରେ ବିଜେଡିର ସଂଖ୍ୟା ୫କୁ ଖସିଛି ।
ବର୍ତ୍ତମାନ ବିଜେଡିରେ ରହିଥିବା ରାଜ୍ୟସଭା ସାଂସଦମାନେ ହେଲେ —
- ସୁଭାଶିଷ ଖୁଣ୍ଟିଆ
- ସସ୍ମିତ ପାତ୍ର
- ସୁଲତା ଦେଓ
- ମାନସ ମଙ୍ଗରାଜ
- ସନ୍ତୃପ୍ତ ମିଶ୍ର
ଦେବାଶିଷ ସାମନ୍ତରାୟ ଗତ କିଛି ମାସ ଧରି ଦଳୀୟ କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା ।

