Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ମାସ ହେବ ମିଳିନାହିଁ ବାର୍ଦ୍ଧକ୍ୟ ଭତ୍ତା,ବଞ୍ଚିତ ହିତାଧିକାରୀ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ।

କଳାହାଣ୍ଡି,୨୫/୦୫
ବାବୁ ୨ ମାସ ହେଲା ଭତ୍ତା ମିଳୁନାହିଁ, ଟାଣଖରା ରେ ବଳ ପାଉନାହିଁ,ଆଖି କୁ ଭଲ ଦେଖା ଯାଉନାହିଁ, ଔଷଧ କିଣିବାକୁ ମଧ୍ୟ କାଣି କଉଡ଼ି ଟିଏ ନାହିଁ,ଏମିତି କିଛି କୋହଭରା କଣ୍ଠ ରେ ନିଜର ଦୁଃଖ ଯନ୍ତ୍ରଣା ସହ ୨ ମାସ ହେବ ବ୍ୟାଙ୍କ ଖାତା ରେ ଭତ୍ତା ଟଙ୍କା ପଡୁନାହିଁ ଓ ନିଜ ପଞ୍ଚାୟତ ରେ ହାତାହାତି ଟଙ୍କା ମିଳୁ ବୋଳି ଅଭିଯୋଗ ନେଇ ଗମ୍ଭାରୀଗୁଡା ପଞ୍ଚାୟତ ର ହିତାଧିକାରୀ ବୃଦ୍ଧବୃଦ୍ଧା ମାନେ କୋକସରା ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇ ଦୁଃଖ ଜଣାଇଛନ୍ତି। ତେବେ ବିଡ଼ିଓ ଅନୁପସ୍ଥିତ ଥିବା କାରଣରୁ ମୁଖ୍ୟ କିରାଣୀ ଓ ହିସାବ ରକ୍ଷକ ଅଧିକାରୀ ଙ୍କୁ ସେମାନଙ୍କ ଲିଖିତ ଦାବିପତ୍ର ପ୍ରଦାନ କରି ନିରାଶ ହୋଇ ଫେରିଛନ୍ତି।
ସୂଚନା ମତେ ଗତ ଅପ୍ରେଲ ଓ ଚଳିତ ମେ ମାସ ର ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତା ରେ ମିଳୁଥିବା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଟଙ୍କା ମିଳିନାହିଁ। ଫଳରେ ଟାଣ ଖରା ରେ ନିଜ ଗ୍ରାମ ରେ ଥିବା ଜନସେବା କେନ୍ଦ୍ର ଓ ବ୍ୟାଙ୍କ କୁ ଭତ୍ତା ଟଙ୍କା ଉଠାଇବା ପାଇଁ ବାରମ୍ବାର ଯାଇ ଟଙ୍କା ନଥିବା ଶୁଣି ନିରାଶ ହୋଇ ଶେଷରେ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। କୋକସରା ବ୍ଲକ ୨୨ ପଞ୍ଚାୟତ ରେ ମୋଟ ୧୭୦୦୦ ହଜାର ହିତାଧିକାରୀ ରହିଥିବା ବେଳେ ୧୧,୧୩୩ ଜଣ ହିତାଧିକାରୀ ଙ୍କୁ ହାତାହାତି ଭତ୍ତା ପ୍ରଦାନ ହେଉଛି ଓ ଡିବିଟି ମାଧ୍ୟମରେ ୬୯୩୫ ଜଣ ହିତାଧିକାରୀ ଙ୍କୁ ଭତ୍ତା ମିଳୁଥିବା ସୂଚନା ମିଳିଛି। ତେବେ ଏନେଇ କୋକସରା ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସୌନ୍ଦର୍ଯ୍ୟ ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ୨୮/୦୪/୨୬ ରେ ମିଳିଥିବା ବିଭାଗୀୟ ଚିଠି ଅନୁସାରେ ଡିବିଟି ଜରିଆରେ ଭତ୍ତା ପାଉଥିବା ହିତାଧିକାରୀ ଙ୍କୁ ଅପ୍ରେଲ,ମେ ୨ ମାସ ର ଭତ୍ତା ଟଙ୍କା ଚଳିତ ମାସ ରେ ଦିଆଯିବ ନେଇ ସୂଚାଇ ଦିଆଯାଇଛି। ଏଣୁ ଭତ୍ତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଏହି ମାସ ଶେଷ ସୁଦ୍ଧା ଜମା ହେବ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ