Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ! ଦୁଇ ମନ୍ତ୍ରୀଙ୍କ ବୟାନରୁ ବଢ଼ିଲା ଚର୍ଚ୍ଚା

ରାଜ୍ୟ ରାଜନୀତିରେ ପୁଣି ଜୋର ଧରିଛି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା। ଖୁବଶୀଘ୍ର ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ସଙ୍କେତ ମିଳିଛି। ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ ଏବଂ କିଛି ପୁରୁଣା ମନ୍ତ୍ରୀଙ୍କୁ ବିଦାୟ ଦିଆଯାଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଛି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। କେବଳ ମନ୍ତ୍ରିମଣ୍ଡଳ ନୁହେଁ, ବିଭିନ୍ନ ନିଗମ ଓ ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଦଳ ଓ ସରକାର ମିଶି ଚୟନ ପ୍ରକ୍ରିୟା ଚାଲୁଥିବା ବେଳେ ଖୁବଶୀଘ୍ର ଏହା ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଅଧିକାର ମଧ୍ୟରେ ରହିଛି। କିଛି ପଦବୀ ଖାଲି ଥିବାରୁ ଆବଶ୍ୟକତା ଅନୁଯାୟୀ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇପାରେ। ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ସେତେବେଳେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିପାରିବେ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ