Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକନାଥ ସିନ୍ଦେଙ୍କ ଶିବସେନା ଛାଡ଼ିବାକୁ ଚାହୁଁଛନ୍ତି ୨୨ ବିଧାୟକ ଓ  ୯ ସାଂସଦ: ସାମନା

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ଶିବସେନାର ମୁଖପତ୍ର ସାମ୍ନା ମଙ୍ଗଳବାର ଚାଞ୍ଚଲ୍ୟକର ଦାବି କରିଛି। ସାମନା କହିଛି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ୨୨ ବିଧାୟକ ଏବଂ ୯ ଜଣ ଶିବସେନା ସାଂସଦ ଭାରତୀୟ ଜନତା ପାର୍ଟି ପ୍ରତି ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମାନେ ପାର୍ଟି ଛାଡିବାକୁ ଚାହୁଁଛନ୍ତି।

ଶିବସେନ(UBT)ର ସାଂସଦ ବିନାୟକ ରାଉତ କହିଛନ୍ତି, ଏକନାଥଙ୍କ ଶିବସେନାର ଅନେକ ବିଧାୟକ ଏବଂ ସାଂସଦ ସେମାନଙ୍କ ଯୋଗାଯୋଗରେ ଅଛନ୍ତି ଏବଂ ପାର୍ଟି ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କାରଣ ସେମାନଙ୍କ ନିର୍ବାଚନୀ ମଣ୍ଡଳୀରେ କୌଣସି ଉନ୍ନତିମୂଳକ କାମ ହୋଇ ପାରୁନଥିବାରୁ ଏହି ବିଧାୟକ ଏବଂ ସାଂସଦ ମାନେ ସିନ୍ଦେଙ୍କ ଶିବସେନା ପାର୍ଟି ଛାଡ଼ିବାକୁ ଚାହୁଁଛନ୍ତି।

ଶିବସେନାର ବରିଷ୍ଠ ନେତା ଗଜାନନ କିର୍ତ୍ତିକର ଖୋଲାଖୋଲି ବିଜେପିର ବ୍ୟବହାର ପ୍ରତି ଅସନ୍ତୁଷ୍ଟ ଥିବା କହିଛନ୍ତି। ସେ ହମ୍ ହି ଶିବସେନାର ସ୍ଲୋଗାନ ଦେଉଛନ୍ତି  ବୋଲି ସାମନା ସହ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି। ସେ ଇସାରା କରି କହିଛନ୍ତି, ବିଜେପି-ଶିବସେନା ମେଣ୍ଟ ସରକାରରେ ରାଜ୍ୟରେ ସବୁ କିଛି ଠିକ୍ ନାହିଁ। ବିଜେପି ପକ୍ଷପାତ କରୁଥିବା କିର୍ତ୍ତିକର କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଆମେ ୧୩ ସାଂସଦ ବର୍ତ୍ତମାନ ଏନଡିଏର ଅଂଶ ବିଶେଷ ଅଛୁ। ଆମେ ଆଶା କରୁଛୁ ଅଗ୍ରାଧିକାର ଭିତ୍ତିରେ ଆମ ସଂସଦୀୟ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହେଉ। ମାତ୍ର ଏମିତି ହେଉନଥିବାରୁ ଆମେ ମର୍ମାହତ।

ଶିବସେନାର ସାଂସଦ କିର୍ତ୍ତିକର ଦାବି କରିଛନ୍ତି ଯେ, ତାଙ୍କ ପାର୍ଟି ଲୋକସଭା ନିର୍ବାଚନରେ ୨୨ଟି ଆସନରେ ନିର୍ବାଚନ ଲଢିବାକୁ ଚାହିଁବ। ଆତ୍ମ ସମ୍ମାନ ଏବଂ ସମ୍ମାନକୁ ପଇସା ଦେଇ କିଣା ଯାଇପାରିବ ନାହିଁ, ଏହା ଥରୁଟିଏ ପ୍ରମାଣିତ ହୋଇ ସାରିଛି। ହେଲେ ବିଜେପି ସେମାନଙ୍କୁ ୫-୭ଟି ସିଟ୍‌ ଦେବାକୁ ପ୍ରସ୍ତୁତ ନୁହେଁ ବୋଲି ସାମନା ସହ ଆଲୋଚନା ବେଲେ କିର୍ତ୍ତିକର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ