ଧାରଣାରତ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କୁ ଭେଟିଲେ ଧର୍ମଗଡ ଉପ ଜିଲ୍ଲାପାଳ।
କଳାହାଣ୍ଡି,୨୬/୦୫
ଆଜିକୁ ଦୀର୍ଘ ୧୮ ଦିନ ହେବ କୋକସରା ଜାତୀୟ ରାଜପଥ କଡ ପୋଲିସ ଥାନା ସମ୍ମୁଖରେ ରେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଟେଣ୍ଟ ମାରି ରବିଧାନ ବିକ୍ରି ପଞ୍ଜିକରଣ ଓ ବିକ୍ରି ପାଇଁ ଟୋକନ ସମସ୍ୟା ନେଇ ଧାରଣାରତ ଥିବା କୋକସରା, ଜୟପାଟଣା,ଧର୍ମଗଡ ଅଞ୍ଚଳ ର ଚାଷୀଙ୍କ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିଛି। ଗତ ୨୨ ତାରିଖରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆନ୍ଦୋଳନ ସ୍ଥଳ ରେ ପହଞ୍ଚି ଅନଶନରତ ଚାଷି ଙ୍କୁ ରବିଧାନ ବିକ୍ରି ନେଇ ପ୍ରଶାସନିକ ଅଧିକାରୀ ଭାବେ ନିର୍ଭର ପ୍ରତିଶ୍ରୁତି ସହ ୪ ଦିନ ସମୟ ମାଗିଥିଲେ। ଚାଷି ମଧ୍ୟ ଜିଲ୍ଲାପାଳ ଙ୍କ ସର୍ତ୍ତ ରେ ରାଜି ହୋଇଥିଲେ। ଆଜି ପ୍ରଶାସନ ଦେଇଥିବା ଅବଧି ର କଣ୍ଟ ସରିଥିବା ବେଳେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷ୍ୟା ଅଗ୍ରୱାଲ ମଧ୍ୟାହ୍ନ ରେ ଚାଷି ଧାରଣା ସ୍ଥଳ ରେ ପହଞ୍ଚି ଚାଷି ପ୍ରତିନିଧି ରାଜୀବ କୁମାର ଅଗ୍ରୱାଲ, ପୁରୁଷୋତ୍ତମ ଗୁପ୍ତା ଓ ଉପସ୍ଥିତ ଚାଷି ଦୁର୍ଗା ପ୍ରସାଦ ନାଏକ,ଧବଳେଶ୍ବର ନାଗ,ସହଦେଵ ଦାସ,ଅରୁଣ କୁମାର ମାଝୀ,ଘନଶ୍ୟାମ ନାଏକ,ତ୍ରିଭୁବନ ନାଏକ,ସୁନୀଲ କୁମାର ଦୁରିଆ ଙ୍କ ସହ ଆଲୋଚନା କରିଛନ୍ତି। ମେଗାଲିଫ୍ଟ ଚାଷି ଙ୍କ ରବିଧାନ ବିକ୍ରି ନେଇ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଚାଲିଥିବା ଓ ଆସନ୍ତା କାଲି କଳାହାଣ୍ଡି ଜିଲ୍ଲାପାଳ ଆସି ପୁଣିଥରେ ଚାଷି ଙ୍କ ସହ ଆଲୋଚନା ସହ ସବିଶେଷ ବିବରଣୀ ପ୍ରଦାନ କରିବେ ବୋଳି ଉପ ଜିଲ୍ଲାପାଳ କହିଛନ୍ତି।

