Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ମନରେଗା ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ।

କଳାହାଣ୍ଡି,୨୬/୦୫
ମଙ୍ଗଳବାର କୋକସରା ପଞ୍ଚାୟତ ସମିତି ସଭାଗୃହ ରେ ଆର୍ଥିକ ବର୍ଷ ୨୫/୨୫ ଦ୍ଵିତୀୟ ପର୍ଯ୍ୟାୟ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନ ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ଏପିଓ ସୁନୀଲ କୁମାର ସାହୁ ଙ୍କ ସଂଯୋଜନା ରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ଏହେମଦ ସରିଫ,ବିଏସଏ ଜୟକୃଷ୍ଣ ତାଣ୍ଡି, ବିଏଲଏ ଆଲୋକ କୁମାର ପ୍ରଧାନୀ ଉପସ୍ଥିତ ରହିଥିଲେ। ବ୍ଲକ ର ୨୨ ପଞ୍ଚାୟତ ର କନିଷ୍ଠ ଯନ୍ତ୍ରୀ,ପିଇଓ,ଏଡିଇଓ ମାନେ ମନରେଗା ଯୋଜନାରେ ସମ୍ପାଦିତ ଓ ଅସମ୍ପାଦିତ କାର୍ଯ୍ୟ କୁ ନେଇ ବିବରଣୀ ପ୍ରଦାନ କରିଥିଲେ। ମନରେଗା ଯୋଜନା ରେ ଆର୍ଥିକ ବର୍ଷ ୨୦୨୫/୨୬ ରେ ମୋଟ ଶ୍ରମିକ କାର୍ଡ ୨୧,୧୩୬ ରହିଥିବା ବେଳେ ୧୦୨୧ ନୂତନ ଜବ କାର୍ଡ ପ୍ରଦାନ, ବ୍ଲକ ର ୨୨ ପଞ୍ଚାୟତ ରେ ମୋଟ ୩୧,୩୬୮ ମନରେଗା ଶ୍ରମିକ ରହିଥିବା ବେଳେ ୧୩,୭୧୬ ସକ୍ରିୟ ଜବ କାର୍ଡ ରହିଥିବା ଓ ୧୮,୯୫୨ ଜଣ ସକ୍ରିୟ ମନରେଗା ଶ୍ରମିକ କାର୍ଯ୍ୟ କରିଥିବା ଜଣାପଡ଼ିଛି। ୨୫/୨୬ ଆର୍ଥିକ ବର୍ଷ ରେ ୩୯୫ ଶ୍ରମିକ ପରିବାର ୧୦୦ ଦିନ କାର୍ଯ୍ୟ ସମ୍ପାଦନ କରିଥିବା,ଆର୍ଥିକ ବର୍ଷ ରେ ୧୩୬୭ କାର୍ଯ୍ୟ ହାତକୁ ନିଆ ଯାଇଥିବା ତନ୍ମଧ୍ୟରୁ ୪୨୬ କାର୍ଯ୍ୟ ସମ୍ପାଦନ ଶେଷ ହୋଇଥିବା ଓ ୯୪୧ କାର୍ଯ୍ୟ କାର୍ଯ୍ୟ ନିର୍ମାଣଧୀନ ରହିଥିବା ନେଇ ବ୍ଲକ ମନରେଗା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।କିନ୍ତୁ ପ୍ରଚାର ପ୍ରସାର ଅଭାବ ରୁ ଏହି ଶିବିରରେ ମନରେଗା ଶ୍ରମିକ ଙ୍କ ଉପସ୍ଥିତି ନିରୁତ୍ସାଜନକ ରହିଥିବା ପରିଲକ୍ଷିତ ହୋଇଥିଲା।ଯେଉଁ ଶ୍ରମିକଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ବିଭାଗୀୟ କର୍ମଚାରୀ ଙ୍କ ଅବହେଳା ଓ ପ୍ରଚାର ପ୍ରସାର ରେ ଦାୟିତ୍ୱହୀନତା କାରଣରୁ କୌଣସି ଶ୍ରମିକ ମାନେ ଏହି ଜନ ଶୁଣାଣି ଶିବିର ବିଷୟରେ ଅବଗତ ନଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ