ଓପିଏସଇ ପରୀକ୍ଷାରେ ଚମକିଲେ କୋକସରା ବ୍ଲକ ର ପୁଅ ଅମନ ଗୋୟଲ।
କଳାହାଣ୍ଡି,୨୭/୦୫
ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା (ଓପିଏସଇ) ପରୀକ୍ଷା ଫଳ। ଏଥିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ର ଅମନ ଗୋୟଲ ରାଜ୍ୟ ରେ ୬ଷ୍ଠ ସ୍ଥାନ ଅଧିକାର କରି କଳାହାଣ୍ଡି ଓ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ଅମନ ଲଡୁଗାଁ ସରସ୍ୱତୀ ଶିଶୁ ମନ୍ଦିର ରେ ୭ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ପରେ ନବରଙ୍ଗପୁର ରେ ମାଟ୍ରିକ ପରୀକ୍ଷା ଓ ବରଗଡ଼ ବିକାଶ ଶିକ୍ଷାନୁଷ୍ଠାନ ରେ ଯୁକ୍ତ ୨ ରେ ପାଶ କରିବା ପରେ ୨୦୨୧ ରେ (ସିଏ) ଚାଟାର୍ଡ ଏକାଉଣ୍ଟଟେଣ୍ଟ ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଓଡିଶା ପ୍ରଶାସନିକ ସେବା ପାଇଁ କୋଚିଂ ନେଇ ପ୍ରଥମ ଚେଷ୍ଟା ରେ ସଫଳତା ହାସଲ କରିଛନ୍ତି । ଲଡୁଗାଁ ଗ୍ରାମର ସ୍ବର୍ଗତ ରମେଶ ଗୋୟଲ ଓ ଛମ୍ମୋବାଇ ଙ୍କ ଦ୍ଵିତୀୟ ସୁପୁତ୍ର ହେଉଛନ୍ତି ଅମନ ଗୋୟଲମ ରାଜ୍ୟରେ ୬ଷ୍ଠ ସ୍ଥାନ ଅଧିକାର କରି କଳାହାଣ୍ଡି ଜିଲ୍ଲା ଓ କୋକସରା ବ୍ଲକ ପାଇଁ ଗୌରବ ଆଣିଛନ୍ତି।ଅମନ ଗୋୟଲ ଙ୍କ ସଫଳତା ପରେ ଲଡୁଗାଁ ମାରୱାଡି ଯୁବାମଞ୍ଚ,କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ
ବିଭିନ୍ନ ମହଲ ରୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।

