Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଉଦ ଘଣ୍ଟା ପରେ ପୋଖରି ପଙ୍କ ରୁ ଗାଈ ଉଦ୍ଧାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମର ବରକଟା (ବଡ଼ବନ୍ଧ) ପୋଖରୀ ପଙ୍କ ରୁ ଦୀର୍ଘ ୧୪ ଘଣ୍ଟା ପରେ ଏକ ଗୋରୁ କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁସାରେ ଗୌଡ଼ଗାଡ ଗ୍ରାମର ସୁଧର୍ମା ପଧାନ ଙ୍କ ଏକ ଗାଈ ପାଣି ପାଇଁ ଅମରପାଲି ଗ୍ରାମର ବରକଟା ପୋଖରୀ ଭିତରକୁ ପଶି ଯାଇଥିଲା। ମାତ୍ର ପୋଖରୀ ରେ ପାଣି କମ୍ ଆଉ ପଙ୍କ ଅଧିକ ଥିବା ଯୋଗୁଁ ଗାଈ ଟି ପଙ୍କ ରେ ଗତ ସନ୍ଧ୍ୟା ରୁ ଫସି ଯାଇଥିଲା। ଗାଈ ର ମାଲିକ ରାତି ତମାମ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ବୁଧୁବାର ସକାଳୁ କେତେକ ବ୍ୟକ୍ତି ଗାଈଟି ପଙ୍କ ରେ ଫସି ଥିବା ଦେଖିଥିଲେ। ଅତ୍ୟଧିକ ଖରା ଯୋଗୁଁ ନିଜର ଶୋଷ ମେଣ୍ଟାଇବା ପାଇଁ ପାଣି ପିଇବା ପାଇଁ ଯାଉଥିବା ବେଳେ ଗାଈ ଟି ପଙ୍କ ରେ ବୁଡି ଯାଇଥିଲା। ଗାଈ ଟିର ଅଧିକାଂଶ ଅଂଶ ପଙ୍କ ରେ ବୁଡି ଯାଇଥିବା ହେତୁ ସେ ଆଉ ବାହାରକୁ ଆସି ପାରିନଥିଲା l ଗୋଟିଏ ରାତି ସେହି ପଙ୍କ ଭିତରେ ଗାଈ ଟି ଠିଆ ହୋଇରାହିଥିବା ଦେଖିବାକୁ ମିଳିଥିଲା l ସାଙ୍ଗେ ସାଙ୍ଗେ ବୀରମହାରାଜପୁର ଅଗ୍ନିଶମ ବାହିନୀ ଙ୍କୁ ଖବର ଦିଆଯାଇଥିଲା l ଦମକଳ ଗାଡି ଆସିବା ବିଳମ୍ବ ହେବା ହେତୁ ସ୍ଥାନୀୟ ଲୋକ ଆସି ଗାଈଟି କୁ ୨ଘଣ୍ଟା ପରିଶ୍ରମ କରିବା ପରେ ଉଦ୍ଧାର କରିଥିଲେ। ଉକ୍ତ ପୋଖରୀ ରେ ପଙ୍କ ବହୁତ ଥିବା ଫଳରେ ପାଣି ରହିପାରୁନାହିଁ l ତେଣୁ ପ୍ରଶାସନ ଉକ୍ତ ବନ୍ଧ ରୁ ପଙ୍କ ଗୁଡିକ ଉଦ୍ଧାର କରିବା ପାଇଁ ସାଧାରଣ ରେ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ