Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

5ଟି ସ୍କୁଲ ରେସାମିଲ ହେଲା ଭାଇରିପାଳି ୟୁଜି ଉଚ୍ଚ ବିଦ୍ୟାଳୟ

କୋକସରା: 5ଟି ରୂପାନ୍ତରିତ କ୍ରମ ରେ ସାମିଲ ହେଲା ଭଇଁରିପାଲି ୟୁଜୀ ଉଚ୍ଚ ବିଦ୍ୟାଲୟ । ଜୟପାଟଣା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଭଇଁରିପାଲି ୟୁଜୀ ଉଚ୍ଚ ବିଦ୍ୟାଲୟ ଚତୁର୍ଥ ପର୍ଯ୍ୟାୟରେ ୫ ଟି ରୂପାନ୍ତରିତ କାର୍ଯ୍ୟ କ୍ରମ ରେ ସାମିଲ ହୋଇଛି। ଏହିପରି ପ୍ରେଖି ରେ ମଙ୍ଗଳ ବାର ସ୍କୁଲ ପରିସର ରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା ଆୟୋଜିତ କାର୍ଯ୍ୟକ୍ରମ ରେ ପୂର୍ବତନ ସ୍କୁଲ ପରିଚାଳନା କମିଟିର ସଭାପତି ଶରତ ରାଉତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ,ଜୟପାଟଣା ବ୍ଲକ ରଏଇଇ ନବୀନ କୁମାର ଭୂୟାଁ ଗୋଷ୍ଠି ସହ ଶିକ୍ଷା ଅଧିକାରୀ ଟିକେଚନ୍ଦ୍ର ମାଝୀ, ସିଆର ସି ସି ରମା କାନ୍ତ ମାଝୀ, ମାଝୀ,କନିଷ୍ଠ ଯନ୍ତ୍ରୀ ରଶ୍ମିତା ନାଏକ, ପ୍ରଧାନ ଶିକ୍ଷକ ହେମନ୍ତ ପାଣି ଗ୍ରାହି ,ଦୈତାରି ଛତ୍ରିଆ,।ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହିଥିବା ବେଳେ ଭଇଁରି ପାଲି ୟୁ ଜି ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟ ସରକାର ୫ ଟି ଯୋଜନା ରେ ଅନ୍ତର୍ଭୁକ୍ତ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ସ୍ମାର୍ଟ ସ୍କୁଲ ରୂପାନ୍ତରିତ ହେଲେ ଅଞ୍ଚଳ ର ଛାତ୍ରଛାତ୍ରୀ ଉନ୍ନତମାନ ର ଶିକ୍ଷା ଗ୍ରହଣ କରିପାରିବେ ବୋଳି ମତ ଦେଇଥିଲେ। କାର୍ଯ୍ୟକ୍ରମ କୁ ଜୟପାଟଣା ଶିକ୍ଷକ ସଂଘ ର ବ୍ଲକ ସମ୍ପାଦକ ଲଳିତ କୁମାର ନାଏକ ପରିଚାଳନା କରିଥବା ବେଳେ ସ୍କୁଲ ପାଇଁ ଜମି ଦାନ କରିଥିବା କୁଞ୍ଜ ବିହାରୀ ରାଉତ , ବୃନ୍ଦାବନ ରାଉତ ଙ୍କ ସହ ଭାରତ ଅଗସ୍ତି , ଲକ୍ଷ୍ମୀ ନାରାୟଣ ପଣ୍ଡା ,ବିଘ୍ନ ରାଜ ପଣ୍ଡା, ଶଶି ପଣ୍ଡା,କାହୁଁ ରାଉତ , ଚିନ୍ମୟ ରାଉତ,ଭରତ ରାଉତ,ଲକ୍ଷ୍ମୀ ନାରାୟଣ ପଣ୍ଡା ,ହେମନ୍ତ ରାଉତ , ଭୂପେନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ସ୍କୁଲ ର ଶିକ୍ଷକ ଛାତ୍ରଛାତ୍ରୀ, ଗ୍ରାମବାସୀ ମାନେ ଉପସ୍ଥିତ ଥିବା ବେଳେ ପ୍ରଧାନ ଶିକ୍ଷକ ହେମନ୍ତ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।