Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର କେବଳ ୫ଟି ବେସରକାରୀ ବିଶ୍ୱବିଦ୍ୟାଳୟ ପାଇଛନ୍ତି UGC 12(B) ମାନ୍ୟତା, ଅନ୍ୟମାନେ ଅନୁଦାନରୁ ବଞ୍ଚିତ

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ମଧ୍ୟ ଗତ ଦଶନ୍ଧି ମଧ୍ୟରେ ବେସରକାରୀ ବିଶ୍ୱବିଦ୍ୟାଳୟର ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି। କିନ୍ତୁ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ୍ (UGC)ର ତଥ୍ୟ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆଣିଛି। ରାଜ୍ୟର ଅଧିକାଂଶ ବେସରକାରୀ ବିଶ୍ୱବିଦ୍ୟାଳୟ UGCର ଗୁରୁତ୍ୱପୂର୍ଣ୍ଣ ଧାରା 12(B) ମାନ୍ୟତା ପାଇନାହାନ୍ତି।

UGCର ଉପଲବ୍ଧ ତଥ୍ୟ ଅନୁଯାୟୀ, ଓଡ଼ିଶାର ବେସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ କେବଳ KIIT University, Siksha ‘O’ Anusandhan (SOA), XIM University, Centurion University of Technology and Management (CUTM) ଏବଂ Sri Sri University 12(B) ମାନ୍ୟତା ହାସଲ କରିଛନ୍ତି।

ଅନ୍ୟପକ୍ଷରେ Silicon University, CV Raman Global University, NIST University, Birla Global University, ASBM University, AIPH University, GIET University, DRIEMS University ଓ Jagadguru Kripalu University ଭଳି ବିଶ୍ୱବିଦ୍ୟାଳୟଗୁଡ଼ିକ UGCର Section 2(f) ମାନ୍ୟତା ପାଇଥିଲେ ମଧ୍ୟ 12(B) ତାଲିକାରେ ସ୍ଥାନ ପାଇନାହାନ୍ତି।

ଶିକ୍ଷା କ୍ଷେତ୍ରର ବିଶେଷଜ୍ଞମାନଙ୍କ କହିବା ଅନୁସାରେ, Section 12(B) ମାନ୍ୟତା UGC ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗବେଷଣା ଅନୁଦାନ, ଭିତ୍ତିଭୂମି ବିକାଶ ଯୋଜନା, ଶିକ୍ଷକ ପ୍ରଶିକ୍ଷଣ ଏବଂ ଏକାଡେମିକ୍ ସହାୟତା ପ୍ରକଳ୍ପ ପାଇବାର ସୁଯୋଗ ମିଳିଥାଏ।

ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କ ସ୍ଥିତି ତୁଳନାମୂଳକ ଭାବେ ଭଲ। ବର୍ତ୍ତମାନ Berhampur University, Fakir Mohan University, Gangadhar Meher University, National Law University Odisha, Maharaja Sriram Chandra Bhanja Deo University, Orissa University of Agriculture and Technology (OUAT), Rama Devi Women’s University, Ravenshaw University, Sambalpur University, Shri Jagannath Sanskrit Vishwavidyalaya, Utkal University ଏବଂ Veer Surendra Sai University of Technology (VSSUT) UGC 12(B) ମାନ୍ୟତା ପାଇଥିବା ସରକାରୀ ବିଶ୍ୱବିଦ୍ୟାଳୟ ତାଲିକାରେ ରହିଛନ୍ତି।

ଓଡ଼ିଶା ସରକାର ରାଜ୍ୟକୁ ଏକ ଶିକ୍ଷା ହବ୍ ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରୁଥିବା ବେଳେ ଏହି ତଥ୍ୟ ନୂଆ ଚର୍ଚ୍ଚାର ସୃଷ୍ଟି କରିଛି। ଶିକ୍ଷାବିତ୍ମାନଙ୍କ ମତରେ, ଅଧିକ ସଂଖ୍ୟକ ବେସରକାରୀ ବିଶ୍ୱବିଦ୍ୟାଳୟ 12(B) ମାନ୍ୟତା ହାସଲ କରିପାରିଲେ ରାଜ୍ୟରେ ଗବେଷଣା, ନବସୃଜନ ଏବଂ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶକୁ ଅଧିକ ଗତି ମିଳିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ