Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ଅନୁକୂଳ ରହିଛି ପାଗ

ଆଉ ମାତ୍ର ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିପାରେ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଏହି ସୂଚନା ଦେଇଛି। ସାଧାରଣତଃ ଜୁନ୍‌ ୧୦ରୁ ୧୫ ମଧ୍ୟରେ ଓଡ଼ିଶାରେ ମୌସୁମୀ ପହଞ୍ଚୁଥିବା ବେଳେ ଚଳିତ ବର୍ଷ ମଧ୍ୟ ସେହି ସମୟସୀମା ମଧ୍ୟରେ ଏହାର ଆଗମନ ସମ୍ଭାବନା ରହିଛି।

ଆଇଏମଡି ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡୁର ଅଧିକ କିଛି ଅଞ୍ଚଳକୁ ଅଗ୍ରସର ହେବ। ଏହାସହ ଦକ୍ଷିଣ-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର ସହିତ ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳକୁ ମଧ୍ୟ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ କହିଛି, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ବାୟୁ ଛତିଶଗଡ଼ ଓ ଓଡ଼ିଶାର କିଛି ଅଞ୍ଚଳକୁ ପହଞ୍ଚିପାରେ। ସେହିପରି ପଶ୍ଚିମବଙ୍ଗ, ସିକ୍କିମ ଓ ଉତ୍ତର-ପୂର୍ବ ଭାରତର ଅଧିକ ଅଞ୍ଚଳକୁ ମଧ୍ୟ ଏହା ବ୍ୟାପିବ। ବର୍ତ୍ତମାନ ସୁଦ୍ଧା ମୌସୁମୀ ଗୋଆ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ବଙ୍ଗୋପସାଗରର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହୋଇସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ